ବ୍ରହ୍ମପୁତ୍ର ନଦୀଉପରେ ଉଦଘାଟିତ ହେଲା ଦେଶର ଦୀର୍ଘତମ ନଦୀ ରୋପୱେ

ଦିଶପୁର,ଏଜେନ୍ସି: ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ଦେଶର ଦୀର୍ଘତମ ନଦୀ ରୋପୱେ ଆଜି ଉଦଘାଟିତ ହୋଇଯାଇଛି। ଏହି ରୋପୱେର ଲମ୍ବ ହେଉଛି ୧.୮ କିଲୋମିଟର। ଆସାମର ରାଜଧାନୀ ଗୁଆହାଟୀ ଏବଂ ଉତ୍ତର ଗୁଆହାଟୀକୁ ସଂଯୋଗ କରୁଛି ଏହି ନଦୀ ରୋପୱେ। ଏଥିରେ ଯାତ୍ରା ସମୟ ଆଠ ମିନିଟ ରହିଥିବାବେଳେ ଏକକାଳୀନ ୩୦ ଯାତ୍ରୀ ଯାଇପାରିବେ। ତେବେ ବର୍ତ୍ତମାନ କୋଭିଡ୍-୧୯ କଟକଣା ଓ ଗାଇଡଲାଇନ ହେତୁ କେବଳ ୧୫ ଜଣ ଯାତ୍ରୀ ପରିବହନ କରାଯିବ ବୋଲି ଘୋଷଣା କରାଯାଇଛି।