ଅହମ୍ମଦାବାଦ,ଏଜେନ୍ସି: ଗତକାଲି ଗିରଫ ହୋଇଥିବା ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଦଙ୍କୁ କୋର୍ଟରେ ହାଜର କଲା ଏଟିଏସ୍। ଆଜି ଅପରାହ୍ନରେ ତିସ୍ତାଙ୍କୁ ଅହମ୍ମଦାବାଦ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଛି । ତିସ୍ତାଙ୍କୁ ଜେରା ପାଇଁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ ତଦନ୍ତକାରୀ ସଂସ୍ଥା । ତେବେ ଆଜି ତିସ୍ତାଙ୍କୁ କୋର୍ଟରେ ହାଜର କରିବା ବେଳେ, ସେ କୌଣସି ଅପରାଧୀ ନୁହନ୍ତି ବୋଲି କହିଥିଲେ । ତିସ୍ତା ଚଳାଉଥିବା ଏନ୍ଜିଓରେ ବିଦେଶୀ ପାଣ୍ଠି ସଂଗ୍ରହ କରାଯାଇଥିବା ଓ ୨୦୦୨ ଗୋଧ୍ରା ଦଙ୍ଗା ମାମଲାରେ ତାଙ୍କ ସଂଗଠନ ଦ୍ବାରା ଭୁଲ ତଥ୍ୟ ପୋଲିସକୁୁ ପ୍ରଦାନ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।
ଆଜି ତାଙ୍କୁ ଅପରାହ୍ନରେ କୋର୍ଟରେ ହାଜର କରାଯିବା ପରେ ଶୁଣାଣି ଜାରି ରହିଛି । ସେହିପରି ଗୋଧ୍ରା ଦଙ୍ଗା ମାମଲାରେ ପୂର୍ବତନ ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି । ତାଙ୍କୁ ମଧ୍ୟ ଆଜି କୋର୍ଟରେ ମଧ୍ୟ ହାଜର କରିବ ପୋଲିସ । ଗତ ୨ ଦିନ ପୂର୍ବେ ପ୍ରଧାନମନ୍ତ୍ରୀଙ୍କୁ କୋର୍ଟ ପ୍ରଦାନ କରିଥିବା କ୍ଲିନଟିଟ ରାୟର ଚ୍ୟାଲେଞ୍ଜ ପିଟିସନକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି ।