ଲିଙ୍ଗରାଜଙ୍କ ଦର୍ଶନ ଲାଗି ଗାଇଡଲାଇନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସେପ୍ଟେମ୍ବର ୧ରୁ ସର୍ବସାଧାରଣଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଖୋଲିବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଗାଇଡଲାଇନ ଜାରି କରିଛି। ଦର୍ଶନ ପାଇଁ ପ୍ରତ୍ୟେକ ଦର୍ଶନାର୍ଥୀଙ୍କୁ ୩ଟି ଡୋଜ୍ ଟିକା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଗର୍ଭଗୃହରେ ଦର୍ଶନ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଥରକେ ଶହେ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ। ସେବାୟତମାନେ ଶ୍ରଦ୍ଧାଳୁଙ୍କଠାରୁ ଭୋଗ ଗ୍ରହଣ କରିପାରିବେ ନାହିଁ। ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମକୁ ମାନିବାକୁ ପଡ଼ିବ ବୋଲି ଜଣାପଡ଼ିଛି।