ଆଇଏଏସ ସ୍ତରରେ ଅଦଳବଦଳ

  • ଭୁବନେଶ୍ୱର: ଆଇଏଏସ ସ୍ତରରେ ଅଦଳବଦଳ ହୋଇଛି। ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକଭାବେ ଦାୟିତ୍ୱ ଦିଆଯାଇଛି। ଆୟୁଷ ନିର୍ଦ୍ଦେଶକ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ଜିଲ୍ଲାପାଳଭାବେ ବଦଳି କରାଯାଇଛି। ସେହିପରି ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଆୟୁଷ ନିର୍ଦ୍ଦେଶକଭାବେ ବଦଳି କରାଯାଇଛି। ବରିଷ୍ଠ ଓଏଏସ ସରୋଜ କୁମାର ସେଠୀଙ୍କୁ ଢେଙ୍କାନାଳ ଜିଲ୍ଲାପାଳଭାବେ ଦାୟିତ୍ୱ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଉମାକାନ୍ତ ତ୍ରିପାଠୀଙ୍କୁ ଜଙ୍ଗଲ ବିଭାଗ ଅତିରିକ୍ତ ସଚିବଭାବେ ବଦଳି କରାଯାଇଛି।