ଦୋକାନ ଖୋଲିବା ପାଇଁ ଗାଇଡ୍‌ ଲାଇନ୍ ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର, କଟକ ପୌରାଞ୍ଚଳରେ ଦୋକାନ ଖୋଲିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏ ନେଇ ପ୍ରଶାସନ ପକ୍ଷରୁ ଗାଇଡ ଲାଇନ ଜାରି ହୋଇଛି। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ସହ ସମସ୍ତ ଦୋକାନ ଓ ବାଣିଜ୍ୟ କ୍ଷେତ୍ରରେ ଲାଗୁହେବ। ଏହି ପରିପ୍ରେକ୍ଷୀରେ କୌଣସି ବିନା ଅନୁମତି ପ୍ରାପ୍ତ ଦୋକାନ ଖୋଲାଯିବ ନାହିିଁ। ସେହିପରି ନିର୍ଦ୍ଧାରିତ ସମୟରେ ଦୋକାନ ଖୋଲିବା ସହ ୨ ଜଣ ବ୍ୟକ୍ତିଙ୍କ ମଧ୍ୟରେ ୬ ଫୁଟ ଦୂରତା ରହିବା ଆବଶ୍ୟକ। ନିୟମର ଉଲଂଘନ କଲେ ଗ୍ରାହକ ତଣ୍ଡ ଗଣିବେ।

ଦୋକାନ ମାଲିକ ଓ କର୍ମଚାରୀ ମାସ୍କ ପିନ୍ଦିବା ସହ ବିନା ମାସ୍କ ଗ୍ରାହକଙ୍କୁ ସାମଗ୍ରୀ ବିକିବେ ନାହିିଁ। ଏଥିସହ ବଜାରକୁ କେହି ପାନ କିମ୍ବା ଗୁଟଖା ଖାଇପାରିବେ ନାହିିଁ କି ସର୍ବଜନୀନ ସ୍ଥାନରେ ଛେପ ପକାଇବେ ନାହିିଁ। ପ୍ରତ୍ୟେକ ଦୋକାନୀ ହାତ ଧୋଇବା ପାଇଁ ସାନିଟାଇଜର ବ୍ୟବସ୍ଥା କରିବେ। ନିୟମ ଖିଲାପ ପରେ ଦୋକାନ ବା ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ, କର୍ମଚାରୀ ବା ଗ୍ରାହକଙ୍କୁ ଓଡ଼ିଶା ସହରାଞ୍ଚଳର ଧାରା ୯୬ (ଡି) ଅନୁସାରେ ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ଏଏସଆଇ ସ୍ତରୀୟ ଅଧିକାରୀ ଜରିମାନା ଆଦାୟ କରିପାରିବେ ଓ ଆଜିଠାରୁ ଏହି ନିୟମ କାର୍ଯ୍ୟକାରୀ ହେବ।