ଚାଉଳିଆଗଞ୍ଜ ନିକଟରେ ଡିଭାଇଡରରେ ପିଟି ହୋଇ ଓଲଟିପଡ଼ିଲା ଆମ୍ବୁଲାନ୍ସ

କଟକ,ଏନ୍ଏନ୍ଏସ୍: ଚାଉଳିଆଗଞ୍ଜ ନିକଟରେ ଡିଭାଇଡରରେ ପିଟି ହୋଇ ଓଲଟିପଡ଼ିଲା ଆମ୍ବୁଲାନ୍ସ। ଯାଜପୁରରୁ ରୋଗୀ ନେଇ ଆସୁଥିଲା ଆମ୍ୱୁଲାନ୍ସ। ଘଟଣାସ୍ଥଳରେ ପହଞ୍ଚିଲା ପୁଲିସ। କାହାର କୌଣସି କ୍ଷତି ହୋଇନଥିବା ସୂଚନା। ତେବେ ଆମ୍ବୁଲାନ୍ସ କେମିତି ଓ କଣ ପାଇଁ ଦୁର୍ଘଟଣାର ଶିକାର ହେଲା ତାହା ଜଣାପଡିନାହିଁ । ଯାଜପୁରରୁ କରୋନା ଆକ୍ରାନ୍ତଙ୍କୁ ଧରି ଆମ୍ବୁଲାନ୍ସଟି ସମ ହସ୍ପିଟାଲ ଆସୁଥିଲା ବୋଲି ଜଣାପଡିଛି।