ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, ୬ରୁ ଉର୍ଦ୍ଧ୍ବ ଆହତ

ଶ୍ରୀନଗର,ଏଜେନ୍ସି: ଘାଟିରେ ପୁଣି ଆତଙ୍କବାଦୀଙ୍କ ଗ୍ରେନେଡ ମାଡ । ସହରର ନିଶହତ ଅଞ୍ଚଳରେ ଏହି ଆକ୍ରମଣରେ ପ୍ରାୟ ୬ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସୁରକ୍ଷାବଳ ଓ ସ୍ଥାନୀୟ ପୋଲିସର ଟିମ ପହଞ୍ଚି ଅପରେସନ ଆରମ୍ଭ କରିଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।