ବେଙ୍ଗାଲୁରୁ,ଏଜେନ୍ସି: ଗତ ଶୁକ୍ରବାର ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସାହାସିକତା କାରଣରୁ ଜଣେ ଶିଶୁର ଜୀବନ ବଞ୍ଚିଯାଇଛି। ସେ ମଙ୍ଗାଳୁରୁରୁ ବେଙ୍ଗାଲୁରୁ ୩୬୦କିମି ଦୂରତାକୁ ମାତ୍ର ୪ ଘଣ୍ଟାରେ ଅତିକ୍ରମ କରି ଜିରୋ ଟ୍ରାଫିକରେ ପହଞ୍ଚି ପାରିଛନ୍ତି। ଜଣେ ୪୦ ଦିନ ଶିଶୁର ଜୀବନ ବଞ୍ଚିଯାଇଛି। ଯାହା ତାଙ୍କୁ ବିଭିନ୍ନ ସ୍ଥାନରୁ ପ୍ରଶଂସା ମିଳିଛି । ସୂଚନା ଯେ ମାଙ୍ଗାଲୁରୁର ଏକ ହସ୍ପିଟାଲରେ ଜଣେ ୪୦ ଦିନର ଶିଶୁର ନିମୋନିଆ ଏବଂ ଅଧିକ ଥଣ୍ଡା ହୋଇଯାଇଥିବା କାରଣରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସହ ଫୁସଫୁସ ଓ ହାର୍ଟରେ ଅସୁବିଧା ହୋଇଥିଲା ଫଳରେ ଶିଶୁଟିକୁ ଭେଣ୍ଟିଲେଟର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ତେବେ ଶିଶୁଟିର ହାର୍ଟ ସର୍ଜରୀର ଆବଶ୍ୟକ। ତୁରନ୍ତ ଶିଶୁଟିକୁ ବେଙ୍ଗାଲୁରୁ ନେଇଯିବା ପାଇଁ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ଏବଂ ଖୁବକମ ସମୟ ଭିତରେ ନନେଲେ ଶିଶୁଟି ବଞ୍ଚିବା ସମ୍ଭବପର ନୁହେଁ ବୋଲି କୁହାଯାଇଥିଲା। ତେବେ ପରିବାର ଲୋକେ କ’ଣ କରିବେ କିଛି ଭାବି ପାରିନଥିଲେ ଏବଂ ମାଙ୍ଗାଳୁରୁରୁ ବେଙ୍ଗାଲୁରୁ ଆସିବାକୁ ହେଲେ ପାଖା ପାଖି ୭ ରୁ ୮ ଘଣ୍ଟା ଲାଗିଯିବ। ତେବେ ଶୀଘ୍ର ପହଞ୍ଚିବେ କେମିତି। ତେବେ ଏକ ପ୍ରାଇଭେଟ୍ ଆମ୍ବୁଲାନ୍ସ ଦେଖି ପାଖକୁ ଯାଇଥିଲେ।
ଆମ୍ବୁଲାନ୍ସ ଡ୍ରାଇଭର ଫରିଦ୍ ସିଫୁଲ ଅଜମତକୁ ନିଜର ଦୁଃଖ ବିଷୟରେ ଜଣାଇଥିଲେ। ପରେ ଫରିଦ ଆମ୍ବୁଲାନ୍ସ ନେଇ ମାଙ୍ଗାଳୁରୁରୁ ଦିନ ୧୨ ସମୟରେ ବାହାରି ଅପରାହ୍ଣ ୪ଟା ୨୦ରେ ବେଙ୍ଗାଲୁରୁରେ ପହଞ୍ଚିଥିଲା। ଫଳରେ ଶିଶୁଟି ଶୀଘ୍ର ହସ୍ପିଟାଲରେ ପହଞ୍ଚିବା ସହ ହାର୍ଟ ସର୍ଜରୀ ହୋଇଥିଲା। ଏଥି ସହ ଅଜମତ ପରିବାର ଠାରୁ କୌଣସି ଅର୍ଥ ନେଇନଥିଲେ। ତେବେ ଏହି ଆମ୍ବୁଲାନ୍ସ ଡ୍ରାଇଭର ଏବେ ହିରୋ ପାଲଟି ଯାଇଛନ୍ତି । ୩୬୦ କିମି ଏବଂ ବେଙ୍ଗାଲୁରୁ ଭଳି ଟ୍ରାଫିକ ବହୁଳ ସହରକୁ ସେ ଜିରୋ ଟ୍ରାଫିକରେ ମାତ୍ର ୪ ଘଣ୍ଟାରେ ମାଙ୍ଗାଲୁରୁରୁ ବେଙ୍ଗାଲୁରୁରେ ପହଞ୍ଚି ଶିଶୁଟିର ଜୀବନ ବଞ୍ଚାଇଥିବାରୁ ଏ ନେଇ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି।