ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଭବ୍ୟ ସମ୍ବର୍ଦ୍ଧନା: ଅତନୁ ସବ୍ୟସାଚୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନବ୍ୟାପୀ ସାଧନା ସମ୍ମାନ ଗ୍ରହଣ କରିବା ପରେ ୬ ତାରିଖରେ ଫେରିବା ପରେ ତାଙ୍କୁ ଭୁବନେଶ୍ଵରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ ବୋଲି ବିଧାୟକ ଦେବୀ ମିଶ୍ର ସୂଚନା ଦେଇଛନ୍ତି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ ହେବା ଓଡ଼ିଶାବାସୀଙ୍କ ପାଇଁ ଗର୍ବର କଥା।

ସୂଚନାଯୋଗ୍ୟ, ଆସନ୍ତା ୪ ତାରିଖରେ ନୂଆଦିଲ୍ଲୀର କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ଏହି ଅବସରରେ ନବୀନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବିଜେଡି ପକ୍ଷରୁ ବଡ଼ ପ୍ରସ୍ତୁତି ଆରମ୍ଭ ହୋଇଛି। ବର୍ତ୍ତମାନ ଠାରୁ ସାମାଜିକ ଗଣମାଧ୍ୟମରେ ଏହାର ବ୍ୟାପକ ପ୍ରଚାର, ପ୍ରସାର ଆରମ୍ଭ ହୋଇଯାଇଛି। ନବୀନ ପୁରସ୍କାର ପାଇଲା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ନୂଆଦିଲ୍ଲୀରୁ ଭୁବନେଶ୍ବର ଯାଏ ସ୍ବତନ୍ତ୍ର ଆୟୋଜନ କରାଯାଉଛି। ଏଥିପାଇଁ ଦଳୀୟ ନେତାଙ୍କୁ ଦାୟିତ୍ବ ବି ବଣ୍ଟାଯାଇଛି।