ଡିସେମ୍ବର ୩୧ ଯାଏ ପୁଣି ବଢିଲା ଗାଡି କାଗଜପତ୍ର ଅବଧି

ନୂଆଦିଲ୍ଲୀ, ଏଜେନ୍ସି: ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗାଡି କାଗଜପତ୍ର ଅବଧିକୁ ପୁଣି ବୃଦ୍ଧି କରିଛନ୍ତି। ଏସମ୍ପର୍କରେ ସମସ୍ତ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ପକ୍ଷରୁ ଆଡବାଇଜାରି ଜାରି କରାଯାଇଛି। କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଫିଟନେସ, ପରିମିଟ୍, ଡ୍ରାଇଭିଂ ଲାଇସେନ୍ସ କିମ୍ବା ପଞ୍ଜିକରଣର କାଗଜପତ୍ର ଡିସେମ୍ବର ୩୧ ପର୍ଯ୍ୟନ୍ତ ବୈଧ ରହିବ। ଅର୍ଥାତ ଉପରୋକ୍ତ କାଗଜପତ୍ରର ଅବଧି ଯଦି କୌଣସି ଗାଡି ଚାଳକଙ୍କ ସରିଯାଇଥିବ ତେବେ ତାଙ୍କ ଠାରୁ ଟ୍ରାଫିକ ପୁଲିସ ଫାଇନ କାଟି ପାରିବେ ନାହିଁ।