ସରକାରୀ କର୍ମଚାରୀଙ୍କ ପାଇଁ ଗାଇଡ୍ଲାଇନ : ଅଫିସରେ ନୂଆବର୍ଷ ଉତ୍ସବ ମନା

ଟ୍ୱିନସିଟିରେ ୭୫% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ, ପ୍ରତି ଶନିବାର ବନ୍ଦ ରହିବ ଅଫିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସରକାରୀ କର୍ମଚାରୀଙ୍କ ପାଇଁ ଜାନୁଆରୀ ମାସର ଗାଇଡଲାଇନ ଜାରି କରାଯାଇଛି । କଟକ ଓ ଭୁବନେଶ୍ୱରରେ ୭୫% କର୍ମଚାରୀରେ ଚାଲିବ ଅଫିସ । ସମସ୍ତ ବିଭାଗୀୟ ଓ ଅଧିନସ୍ଥ କାର୍ଯ୍ୟାଳୟ ୭୫% କର୍ମଚାରୀରେ ଚାଲିବ । ଜରୁରୀ କାର୍ଯ୍ୟରେ ନିୟୋଜିତ ଅଫିସର ସମସ୍ତ କର୍ମଚାରୀ ଆସିବେ। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ । ସେହିପରି ସରକାରୀ ବାବୁଙ୍କ ପାଇଁ ନୂଆବର୍ଷ କଟକଣା ଜାରିହୋଇଛି। ନୂଆବର୍ଷରେ ଅଫିସରେ ଏକାଠି ହୋଇପାରିବେନି ଅଧିକାରୀ। ଭର୍ଚୁଆଲ ମାଧ୍ୟମରେ ନବବର୍ଷର ଶୁଭେଚ୍ଛା ଜଣାଇବେ ଅଧିକାରୀ ।

ସାଧାରଣ ପ୍ରଶାସନ ବିଭାଗପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । କେବଳ ଜରୁରୀକାଳୀନ ବିଭାଗ ଅଧିନରେ ଆସୁଥିବା ଅଫିସଗୁଡିକ ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ । ଏସଆରସି, ଓଏସଡମା, ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗ ଭଳି ଜରୁରୀକାଳୀନ ଅଫିସ୍ଗୁଡିକୁ ସମସ୍ତ କର୍ମଚାରୀ ଆସିବେ । ଅତ୍ୟାବଶ୍ୟକ ପଡ଼ିଲେ ସରକାରୀ କାର୍ଯ୍ୟପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ପଡ଼ିବ। ସେଥିପାଇଁ ସମସ୍ତ କର୍ମଚାରୀ ଟେଲିଫୋନ୍ ଓ ମୋବାଇଲ ଫୋନ୍ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଫିସ୍ ଆସୁଥିବା କର୍ମଚାରୀମାନେ କୋଭିଡ୍ ସଂକ୍ରମଣ ପ୍ରତିହତ ପାଇଁ ଥିବା ସମସ୍ତ ପ୍ରକାର ସତର୍କତା ନିୟମ ଅନୁପାଳନ କରିବାକୁ ପ୍ରମୁଖ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।