କୃଷକ ସଂଗଠନ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ: କୃଷି ବିଲକୁ ବିରୋଧ କରି ପ୍ରଦର୍ଶନ କରୁଥିବା କୃଷକଙ୍କ ସହ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ। ଏନେଇ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ପ୍ରଦାନ କରିଛନ୍ତି। ଏଥିସହିତ ଆନ୍ଦୋଳନକୁ ଶେଷ କରିବା ପାଇଁ କୃଷକଙ୍କୁ ଆହ୍ୱାନ ଦେଇଛନ୍ତି।

ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, କୃଷକ ଅସନ୍ତୋଷ ନାହାନ୍ତି। ଆଉ ଯେଉଁ କୃଷକ ସଂଗଠନ ଏହି ବିଲକୁ ବିରୋଧ କରୁଛନ୍ତି ତାଙ୍କ ସହ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଅନେକ କୃଷକ ସଂଗଠନ ଓ ଅର୍ଁଶାସ୍ତ୍ରବିତ୍ ଏହି କୃଷି ବିଲକୁ ସମର୍ଥନ କରୁଛନ୍ତି। ଅନ୍ୟପଟେ କିଛି କୃଷକ ନେତା ବିଭିନ୍ନ ସ୍ଥାନକୁ ଯାଇ ସେଠାକାର କୃଷକଙ୍କୁ ମଧ୍ୟ ଉସୁକାଉଛନ୍ତି।