ଜେନେରାଲ ଏମ ଏମ ନରବାଣେଙ୍କ ସ୍ଥାନ ନେଲେ ଜେନେରାଲ ମନୋଜ ପାଣ୍ଡେ 

ନୂଆଦିଲ୍ଲୀ: ଜେନେରାଲ ମନୋଜ ପାଣ୍ଡେ ଆଜି ୨୯ତମ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜେନେରାଲ ଏମ ଏମ ନରବାଣେ ୧୨ ଲକ୍ଷ ସୈନ୍ୟ ବିଶିଷ୍ଟ ବିଶ୍ୱର ତୃତୀୟ ବୃହତ ସେନାର ଦାୟିତ୍ୱ ଜେନେରାଲ ମନୋଜ ପାଣ୍ଡେଙ୍କୁ ହସ୍ତାନ୍ତର କରିଛନ୍ତି । କିନ୍ତୁ ଜେନେରାଲ ପାଣ୍ଡେ ପୁରା ସୈନ୍ୟ ପରମ୍ପରା ଅନୁସାରେ ଆସନ୍ତାକାଲି କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।

ସ୍ଥଳସେନା ମୁତାବକ, ଜେନେରାଲ ମନୋଜ ପାଣ୍ଡେ ଆସନ୍ତାକାଲି ସର୍ବପ୍ରଥମେ ନ୍ୟାସନାଲ ୱାର ମେମୋରିଆଲ ଯାଇ ବୀରଗତି ପ୍ରାପ୍ତ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ସେଠାରୁ ସାଉଥ ବ୍ଲୋକରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ । ପରେ ମିଡିଆକୁ ସମ୍ବୋଧିତ କରିବେ ।

ସୂଚନାଯୋଗ୍ୟ, ଜେନେରାଲ ମନୋଜ ପାଣ୍ଡେ ସ୍ଥଳସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରି ଇତିହାସ ରଚିଛନ୍ତି । ସେ ଦୁନିଆର ପ୍ରଥମ ସେନାଧ୍ୟକ୍ଷ ଯିଏକି ଇଞ୍ଜିନିୟର କୋର ସହ ଜଡ଼ିତ ।