ମିଳିତ ଜାତୀୟ ସାଧାରଣ ସଭାରେ ଭାରତ ପ୍ରଶଂସିତ

ନ୍ୟୁୟର୍କ,ଏଜେନ୍ସି: ଭାରତର ଅର୍ଥନୀତି ବ୍ୟବସ୍ଥା ଓ ବୈଦେଶିକ ନୀତିକୁ ମିଳିତ ଜାତୀୟ ସାଧାରଣ ସଭାରେ ଅନେକ ସମୃଦ୍ଧ ରାଷ୍ଟ୍ର ପ୍ରଶଂସା କରିଛନ୍ତି। ଏଥିମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦମିର ଜେଲେନ୍‌ସ୍କି, ଋଷର ବୈଦେଶିକ ମନ୍ତ୍ରୀ ସରଜି ଲାଭରଭ, ଫ୍ରେଞ୍ଚର ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଭାରତକୁ ପ୍ରଶଂସା କରିବା ସହିତ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ଉଜ୍ବଳ ଭବିଷ୍ୟତ ଆଡ଼କୁ ଗତିକରୁଥିବା କହିଛନ୍ତି।

ସେହିପରି ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍‌ ଭାରତର ସ୍ଥାୟୀ ବିକାଶ ଲକ୍ଷ୍ୟର ସଫଳତାକୁ ପ୍ରଶଂସା କରିଛନ୍ତି। ଏଥିସହିତ ଫ୍ରାନ୍ସ, ଜମାଇକା ଓ ପର୍ତ୍ତୁଗାଲ ଭଳି ରାଷ୍ଟ୍ର ମଧ୍ୟ ଭାରତର ଏହି ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି।