କରୋନାରେ ଗଲା ଆଉ ୬ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ କରୋନାରେ ପୁଣି ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୫ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି। ତେବେ ସମସ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମର ୫ ମୃତକଙ୍କ ମଧ୍ୟରେ ଜଣେ ୫୧ ବର୍ଷୀୟ ପୁରୁଷ ଓ ଜଣେ ୬୩ ବର୍ଷୀୟ ବୃଦ୍ଧ ସେ ଶ୍ୱାସକ୍ରିୟା ରୋଗରେ ପୀଡ଼ିତ ଥିଲେ। ଜଣେ ୫୧ ବର୍ଷୀୟ ପୁରୁଷ ଓ ଜଣେ ୫୭ ବର୍ଷୀୟ ପୁରୁଷ ସେ ଡାଇବେଟିସ ରୋଗରେ ପୀଡ଼ିତ ଥିଲେ। ଅନ୍ୟଜଣେ ୬୯ ବର୍ଷୀୟ ବୃଦ୍ଧ ଏବଂ ସେ ପୂର୍ବରୁ କୌଣସି ରୋଗରେ ପୀଡିତ ନଥିଲେ। ଏଥିସହିତ ମୋଟ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୬୭ରେ ପହଞ୍ଚିଛି।

ସେହିପରି ଖୋର୍ଦ୍ଧା ଅଞ୍ଚଳରେ ଆଜି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି। ତେବେ ମୃତକ ଜଣଙ୍କ ୮୬ ବର୍ଷୀୟ ବୃଦ୍ଧ ଏବଂ ତାଙ୍କର ପୂର୍ବରୁ ଡାଇବେଟିସ ଥିଲା।