ରାଜ୍ୟରେ ପୁଣି ରେକର୍ଡ କଲା କରୋନା ସଂକ୍ରମଣ, ଦିନକରେ ୧,୨୬୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି କରୋନା ସଂକ୍ରମଣ ଦ୍ରୁତଗାମୀ ହୋଇଛି। ଲକଡାଉନ କଟକଣା ପରେ ମଧ୍ୟ ସଂକ୍ରମଣର ମାତ୍ରା ବଢ଼ୁଥିବା ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ପୁଣି ରାଜ୍ୟରେ ୨୭ ଜିଲ୍ଲାରୁ ସର୍ବାଧିକ ୧,୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮୪୭ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୪୧୭ ଜଣ ଲୋକାଲର ବୋଲି ଜଣାପଡ଼ିଛି।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗଞ୍ଜାମରୁ ସର୍ବାଧିକ ୫୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ଦ୍ୱିତୀୟ ସର୍ବାଧିକ ଭାବେ ୧୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୮୪ ଜଣ, ଗଜପତିରୁ ୭୪ ଜଣ, ନୟାଗଡ଼ରୁ ୬୧ ଜଣ, ସୁନ୍ଦରଗଡ଼ରୁ ୬୦ ଜଣ, କଟକରୁ ୪୭ ଜଣ, ଭଦ୍ରକରୁ ୩୦ ଜଣ, କନ୍ଧମାଳରୁ ୨୯ ଜଣ, କୋରାପୁଟରୁ ୨୭ ଜଣ, କେନ୍ଦୁଝରରୁ ୨୫ ଜଣ, ବରଗଡ଼ରୁ ୨୪ ଜଣ, ପୁରୀରୁ ୨୨ ଜଣ, ସମ୍ବଲପୁରରୁ ୨୦ ଜଣ, ଯାଜପୁରରୁ ୧୭ ଜଣ, ମୟୂରଭଞ୍ଜରୁ ୧୫ ଜଣ, ବାଲେଶ୍ୱରରୁ ୯ ଜଣ, କେନ୍ଦ୍ରାପଡ଼ାରୁ ୮ ଜଣ, କଳାହାଣ୍ଡି ଓ ଅନୁଗୁଳରୁ ୭ ଜଣ ଲେଖାଏଁ, ଢ଼େଙ୍କାନାଳରୁ ୬ ଜଣ, ନବରଙ୍ଗପୁର ଓ ଜଗତସିଂହପୁରରୁ ୪ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୩ ଜଣ, ବୌଦ୍ଧରୁ ୨ ଜଣ ଓ ନୂଆପଡ଼ା ଓ ବଲାଙ୍ଗିରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୯୯ରେ ପହଞ୍ଚିଛି। ସେଥିମଧ୍ୟରୁ ୧୩ ହଜାର ୭୪୯ ଜଣ ସୁସ୍ଥ ହୋଇଥିବା ବେଳେ ୭ ହଜାର ୨୦୫ ଜଣ ସକ୍ରିୟ ଅଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪ ଲକ୍ଷ ୨୧ ହଜାର ୯୩୧ଟି କୋଭିଡ-୧୯ ଟେଷ୍ଟ ହୋଇଛି।