ଜାମ୍ମୁ-କଶ୍ମୀର,ଏଜେନ୍ସି: ଜାମ୍ମୁ ଓ କଶ୍ମୀର କୂଲଗାଁରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନାର ଏହି ଏନକାଉଣ୍ଟରରେ ଜଣେ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଗୋଡ଼ରେ ସାମାନ୍ୟ ଆଘାତ ଲାଗିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହୁରି ଅଧିକ ଆତଙ୍କବାଦୀ ଥିବା ସନ୍ଦେହରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।
ଜମ୍ମୁର ହିରାନଗର ସେକ୍ଟରରେ ସୁରକ୍ଷା ବାହିନୀ ଗତକାଲି ସନ୍ଧ୍ୟାରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଭାରତୀୟ ସେନା, ବିଏସ୍ଏଫ୍ ଏବଂ ଜାମ୍ମୁ-କଶ୍ମୀର ପୁଲିସ କର୍ମଚାରୀଙ୍କ ସହ ମିଳିତ ସର୍ଚ୍ଚ ଅପରେସନ ଜାରି ରହିଛି। ଗୁଇନ୍ଦା ସୂଚନା ଅନୁସାରେ ରାଜପଥରେ ମଧ୍ୟ ଚେକିଙ୍ଗ କରାଯାଉଛି ଯାହା ଫଳରେ ଟ୍ରାଫିକ ମଧ୍ୟ ଅଟକି ରହିଛି। ଗୋଇନ୍ଦା ସୂଚନା ଅନୁସାରେ ତାଲା ବନ୍ଦ ହେତୁ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀ ଜାମ୍ମୁ କାଶ୍ମୀରରେ ଏକ ବଡ଼ ଅନୁପ୍ରବେଶ କରିବାର ଯୋଜନା ରଖିଛନ୍ତି।
ଏହାକୁ ଦୃଷ୍ଟିରେ ରଖି ରବିବାର ସନ୍ଧ୍ୟାରେ ଅଖନୋର ସେକ୍ଟରରୁ ସାମ୍ବା ହିରାନଗର ସେକ୍ଟର ପର୍ୟ୍ୟନ୍ତ ଏକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ସୋମବାର ସକାଳେ ସୁରକ୍ଷା ବାହିନୀ ଅନ୍ତର୍ଜାତୀୟ ସୀମା ଅଞ୍ଚଳର ମଧ୍ୟ ସର୍ଚ୍ଚ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରତିରକ୍ଷାତ୍ମକ ପଦକ୍ଷେପ ସ୍ୱରୂପ ଜାମ୍ମୁର ଦକ୍ଷିଣ ଜିଲ୍ଲାରେ ମୋବାଇଲ୍ ଇଣ୍ଟର୍ନେଟ୍ ସେବା ବନ୍ଦ କରାଯାଇଛି। ଗତ ସପ୍ତାହ ମଧ୍ୟରେ ଉକ୍ତ ଅଞ୍ଚଳରେ ଏହା ହେଉଛି ସେନାର ଚତୁର୍ଥ ଏନ୍କାଉଣ୍ଟର୍। ଏହି ଏନ୍କାଉଣ୍ଟର୍ରେ ଦକ୍ଷିଣ କଶ୍ମୀରର ବିଭିନ୍ନ ଜିଲ୍ଲାରେ ୧୪ଜଣରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି।