ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ନଗରପାଳ ଓ ତାଙ୍କ ପତ୍ନୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସ୍‌ପେଣ୍ଡ ହେଲେ ଜି.ଉଦୟଗିରିର ପୂର୍ବତନ ନଗରପାଳ ପି. ସଞ୍ଜିବ ପାତ୍ର ଓ ତାଙ୍କ ପତ୍ନୀ। ଏହି ସୂଚନା ବିଜେଡି ପକ୍ଷରୁ ଦିଆଯାଇଛି।

ଦଳ ବିରୋଧୀ କାର୍ଯ୍ୟ ତଥା ସ୍ଵାଧୀନ ପ୍ରାର୍ଥୀରେ ନାମାଙ୍କନ ଦାଖଲ କରିଥିବା ପଡ଼ିଛି ମହଙ୍ଗା। ସୂଚନା ଅନୁସାରେ ପି. ସଞ୍ଜିବ ପାତ୍ରଙ୍କ ପତ୍ନୀ ମିତାରାଣୀ ପାତ୍ର ଜିଉଦୟଗିରି ଏନ୍‌ଏସି ପାଇଁ ଦଳକୁ ନଗରପାଳ ଟିକେଟ ନିମନ୍ତେ ଆବେଦନ କରିଥିବା ବେଳେ ଦଳ ପକ୍ଷରୁ ମିତାରାଣୀଙ୍କୁ ଟିକେଟ ଦିଆଯାଇନଥିଲା।

ଫଳରେ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଦଳୀୟ ଶୃଙ୍ଖଳା ନମାନି ନିର୍ବାଚନ ଲଢିବାରୁ ଉଭୟଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଥିବା ଦର୍ଶାଯାଇଛି।