ଟିଏମସିରେ ସାମିଲ ହେଲେ ପୂର୍ବ ବିଜେପି ନେତା ଯଶବନ୍ତ ସିହ୍ନା

କୋଲକାତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଯଶବନ୍ତ ସିହ୍ନା କୋଲକାତା ପହଞ୍ଚି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ସେ ଟିଏମସିର ପତାକା ଉଡ଼ାଇ ମମତାଙ୍କ ପାର୍ଟିର ହାତ ଧରିଛନ୍ତି। ଯଶବନ୍ତ ଅନେକ ଦିନରୁ ବିଜେପି ଉପରେ ଖପ୍ପା ଥିଲେ ଓ ଅନେକ ସମୟରେ ଦଳର ଆଲୋଚନା ମଧ୍ୟ କରିଥିଲେ।

ଟିଏମସିରେ ସାମିଲ ହେବା ପରେ ବିଜେପିକୁ ଟାର୍ଗେଟ କରି ଯଶବନ୍ତ କହିଛନ୍ତି ଯେ, ପ୍ରଜାତନ୍ତ୍ରର ସଂସ୍ଥାଗୁଡ଼ିକ ପ୍ରଜାତନ୍ତ୍ରର ଶକ୍ତି ରୂପେ ଜଣାଯାଇଥାଏ। ଆଜି ପାଖାପାଖି ସବୁ ସଂସ୍ଥା ଦୁର୍ବଳ ହୋଇଗଲାଣି। ସେଥିରେ ଦେଶର ନ୍ୟାୟପାଳିକା ମଧ୍ୟ ସାମିଲ ରହିଛି। ଅଟଳଜୀଙ୍କ ସମୟରେ ବିଜେପି ସର୍ବସମ୍ମତି ଉପରେ ବିଶ୍ୱାସ କରୁଥିଲା କିନ୍ତୁ ଆଜିର ସରକାର ଜଣଙ୍କୁ ନିଚ୍ଚ ଦେଖାଇବା ଓ ଜିତିବାରେ ବିଶ୍ୱାସ ରଖେ। ଅକାଳୀ ଦଳ, ବିଜେଡି ଓ ଶିବାସେନା ପୂର୍ବରୁ ହିଁ ବିଜେପିରୁ ଅଲଗା ହୋଇଯାଇଛନ୍ତି। ଆଜି ବିଜେପି ସହିତ କିଏ ଠିଆ ହୋଇଛି?

ସୂଚନାଯୋଗ୍ୟ, ଯଶୋବନ୍ତ ସିହ୍ନା ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିଲେ। ୨୦୧୪ରେ ମୋଦୀ ସରକାର ଶାସନ ଗାଦିରେ ବସିବା ପରେ ସେ ବିଜେପିର ଆଲୋଚନା କରୁଛନ୍ତି। ଖାସ୍ କଥାଟି ହେଲା, ୨୦୧୪ରୁ ୧୯ ମଧ୍ୟରେ ତାଙ୍କ ପୁଅ ଜୟନ୍ତ ସିହ୍ନା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଥିଲେ।