ତାପଜ କୋଇଲା ଖଲାସରେ ପାରାଦୀପ ବନ୍ଦରର ରେକର୍ଡ

ପାରାଦୀପ,ଏନ୍‌ଏନ୍‌ଏସ୍‌: ପାରାଦୀପ ବନ୍ଦର ଗୋଟିଏ ଦିନରେ ୪୦ଟି ତାପଜ କୋଇଲା ବୋଝେଇ ରେଳ ରେକ୍ ଖଲାସ କରି ରେକର୍ଡ ସୃଷ୍ଟି କରିଛି। ରବିବାର ଦିନ ୪୦ଟି ରେକରୁ ୩୦ଟି ବିଓବିଆରଏନ୍ ତାପଜ କୋଇଲା ରେକ୍ ଏମ୍‌ସିଏଚ୍‌ପି ବର୍ଥରେ ଖାଲି ହୋଇଥିବା ବେଳେ ଜେଏସଡବ୍ଲ୍ୟୁ ଟର୍ମିନାଲରେ ୯ଟି ରେକ୍ ଓ ଗୋଟିଏ ବିଓଏକ୍ସଏନ୍ ରେକ୍ ମାନୁଆଲି ଖଲାସ ହୋଇଥିଲା।

ବନ୍ଦରରେ ରେକର୍ଡ ତାପଜ କୋଇଲା ଖଲାସ ନିମନ୍ତେ ବନ୍ଦର ଅଧ୍ୟକ୍ଷ ପି.ଏଲ୍‌. ହରନାଦ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଇସିଆର୍ ଓ ଏମ୍‌ସିଏଲ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି। ଦେଶରେ ତାପଜ କୋଇଲା ଅଭାବ ଓ ଏତଦ୍ ଜନିତ ବିଦ୍ୟୁତ ଶକ୍ତି ଯୋଗାଣରେ ବିଭ୍ରାଟକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦରରେ ତାପଜ କୋଇଲା ପରିବହନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ନିକଟରେ କେନ୍ଦ୍ର ଶକ୍ତି ସଚିବ ଓ ଅତିରିକ୍ତ ସଚିବ ପାରାଦାପ ଗସ୍ତ କରି ଫେରିଛନ୍ତି।