ଧାରୁଆ ଅସ୍ତ୍ରରେ ନିଜ ଦେହକୁ ହାଣିଲେ, ପୁଣି ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ୫ କଏଦୀ

ନୂଆଦିଲ୍ଲୀ,ଏଜେନ୍ସି: ତିହାର ଜେଲରେ ଥିବା ୫ ଜଣ କଏଦୀ ସାମୁଦିକ ଭାବେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଜେଲ କର୍ମଚାରୀ ଏବାବଦରେ ଜାଣିବା ପରେ, ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏଥି ସହିତ ଏକ ବଡ଼ଧରଣର ଅଘଟଣ ଟଳିଯାଇଛି। ଆହତଙ୍କ ମଧ୍ୟରୁ ଜଣକୁ ଦୀନ ଦୟାଲ ଉପାଧ୍ୟାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ୫ ଜଣ କଏଦୀ ଏକକାଳୀନ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବାର କାରଣ କ’ଣ ହୋଇପାରେ।

ସୂତ୍ର ଅନୁସାରେ ଜେଲର ୩ ନମ୍ବର ସେଲରେ ଏହି ଅଘଟଣ ଘଟିଛି। ମଙ୍ଗଳବାର ୫ ଜଣ କଏଦୀ ପ୍ରଥମେ ନିଜ ନିଜ ଦେହରେ ଧାରୁଆ ଅସ୍ତ୍ରରେ ହାଣିଥିଲେ। ଏହା ପରେ ସେମାନେ ଦୌଡ଼ିରେ ଫାଶୀ ଲଗାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। କର୍ମଚାରୀ ମାନେ ଏବାବଦରେ ଅବଗତ ହେବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।