ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଉଦୟପୁର ବିଟ ଅନ୍ତର୍ଗତ ସିଲିପଦା ପଞ୍ଚାୟତ ବଲାଣିପଶି ଗ୍ରାମ୍ୟ ଜଙ୍ଗଲରେ ଆଜି କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଫଳରେ ୧୫ ଶହରୁ ଅଧିକ ଆକାଶିଆ ଗଛ ପୋଡି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଆହାରପଡ଼ା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଉକ୍ତ ଗ୍ରାମ୍ୟ ଜମିରେ ଜଳବିଭାଜିକା ତରଫରୁ ପ୍ଲାଣ୍ଟେସନ୍‍ କରାଯାଇଥିବା ଜଣାପଡ଼ିଛି।