ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୨୫୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା କମିବାରେ ଲାଗିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ୨୫୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୫୧ରେ ପହଞ୍ଚିଛି।

ତେବେ ଏହି ସୁସ୍ଥଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୪୦ ଜଣ, କଟକରୁ ୨୪ ଜଣ, ସମ୍ବଲପୁରରୁ ୨୧ ଜଣ, ଅନୁଗୁଳ, ବରଗଡ଼ ଓ ଝାରସୁଗୁଡ଼ାରୁ ୧୮ ଜଣ ଲେଖାଏଁ, ବଲାଙ୍ଗିରରୁ ୧୬ ଜଣ, ପୁରୀରୁ ୧୨ ଜଣ ଏବଂ ଖୋର୍ଦ୍ଧାରୁ ୧୦ ଜଣ ସୁସ୍ଥ ହୋଇଛନ୍ତି।