ଭୁବନେଶ୍ୱର-କୋଲକାତା ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ହାୱଡା ଅଭିମୁଖେ ଯାଉଥିବା ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ ଲାଗିଥିବା ଜଣାପଡିଛି। ମାର୍କୋଣା ଷ୍ଟେସନରେ ଏକ ବଗିରେ ନିଆଁ ଲାଗିଥିବା ଜଣାପଡିଛି। ଫଳରେ ସୋର ରେଳ ଷ୍ଟେସନରେ ୧୫ ମିନଟ ଟ୍ରେନ ଅଟକିଥିଲା।

ସୂଚନା ଅନୁସାରେ, ଆଜି ଜନଶତାବ୍ଦୀ ଟ୍ରେନର ବଗି ନଂ ଡି-୬ କୋଚରୁ ଧୁଆଁ ବହାରୁଥିବା ଦେଖିବାକୁ ମିଳିଥିଲା। ଫଳରେ ମାର୍କୋଣା ଷ୍ଟେସନର ରେଳ କର୍ମଚାରୀ ସୋର ଷ୍ଟେସନକୁ ଖବର ଦେଇଥିଲେ। ସୋର ରେଳ ଷ୍ଟେସନରେ ନିଆଁ ଆୟତ୍ତ କରିବା ସହିତ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୋର ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି।