ପ୍ରମୁଖ କୋରିଓଗ୍ରାଫର ସରୋଜ ଖାନଙ୍କ ଜୀବନୀ ଉପରେ ତିଆରି ହେବ ଫିଲ୍ମ

ମୁମ୍ବାଇ,ଏଜେନ୍ସି: ଜଣାଶୁଣା ନୃତ୍ୟ ନିର୍ଦ୍ଦେଶିକା ତଥା କୋରିଓଗ୍ରାଫର ସରୋଜ ଖାନଙ୍କ ମୃତ୍ୟୁକୁ ଆଜି ଏକ ବର୍ଷ ପୂରଣ ହେଲା। ଏଭଳି ପରିସ୍ଥିତିରେ ଚଳଚ୍ଚିତ୍ର ନିର୍ମାତା ଭୂଷଣ କୁମାର ତାଙ୍କ ବ୍ୟାନର ‘ଟି-ସିରିଜ୍’ ଅଧୀନରେ ତାଙ୍କ ଜୀବନରେ ଏକ ଫିଲ୍ମ କରିବାକୁ ଘୋଷଣା କରିଛନ୍ତି।

ଗତ ବର୍ଷ ୭୧ ବର୍ଷ ବୟସରେ ଆଜିର ଦିନରେ ସରୋଜ ଖାନଙ୍କ ପରଲୋକ ଘଟିଥିଲା। ସେ ତାଙ୍କ ଜୀବନରେ ୩୫୦୦ରୁ ଅଧିକ ଗୀତରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ଏନେଇ ତାଙ୍କୁ ୩ ଥର ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।