ଫିଫା ଅଣ୍ଡର-୧୭ ୱମେନ ବିଶ୍ୱକପ ପ୍ରସ୍ତୁତି ନେଇ ଚାଲିଛି ସମୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଫିଫାର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ। ଫିଫା ଅଣ୍ଡର-୧୭ ୱମେନ ବିଶ୍ୱକପ ପାଇଁ ଭୁବନେଶ୍ୱର ଆସିଛନ୍ତି ଫିଫା ପ୍ରତିନିଧି। ଫିଫା ଅଣ୍ଡର-୧୭ ୱମେନ ବିଶ୍ୱକପ୍‌ ପ୍ରସ୍ତୁତି ନେଇ ଚାଲିଛି ସମୀକ୍ଷା।

କଳିଙ୍ଗ ଷ୍ଟାଡିୟମ ଓ କ୍ୟାପିଟାଲ ହାଇସ୍କୁଲ ପଡିଆରେ ଫିଫା ପ୍ରତିନିଧିମଣ୍ଡଳ ପହଞ୍ଚି କରୁଛନ୍ତି ସମୀକ୍ଷା। ଆସନ୍ତା ଅକ୍ଟୋବର ୨୦୨୨ରେ ଫିଫା ଅଣ୍ଡର-୧୭ ୱମେନ୍ସ ବିଶ୍ୱକପ ଭରତ ଆୟୋଜନ କରୁଛି। ଯାହାର ପ୍ରମୁଖ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମ ହୋଇଛି। କଳିଙ୍ଗ ଷ୍ଟାଡିୟମର ଫୁଟବଲ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳାଯିବ ଏବଂ ଅନ୍ୟ ଗ୍ରାଉଣ୍ଡରେ ଅଭ୍ୟାସ ହେବ। ଏହି ଗ୍ରାଉଣ୍ଡର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଫିଫା ପ୍ରତିନିଧିମଣ୍ଡଳ।