ମାର୍ଚ୍ଚ ୨୮ରୁ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର

ଭୁୁବନେଶ୍ବର,ଏନ୍ଏନ୍ଏସ୍: ମାର୍ଚ୍ଚ ୨୮ ତାରିଖ ଠାରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲିବ। କୋଭିଡ୍ ସଂକ୍ରମଣ ଭିତରେ ପାଖାପାଖି ବର୍ଷକ ପରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ। ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଯାଏଁ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଏସଓପିରେ କୁହାଯାଇଛି। ଏନେଇ ଆଇସିଡିଏସ୍ ନିର୍ଦ୍ଦେଶକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

ସବୁଠାରୁ ବଡ଼କଥା ହେଲା, ଯଦି ଅଙ୍ଗନବାଡ଼ି ଖୋଲିବାରେ କିଛି ସମସ୍ୟା ରହିଥାଏ ସେନେଇ ନିଷ୍ପିତ୍ତି ନେବେ ସ୍ଥାନୀୟ ଜିଲ୍ଲା ପ୍ରଶାସନ। ସମସ୍ତ ଅଙ୍ଗନବାଡ଼ି କର୍ମୀ କରୋନା ଟିକାର ଦୁଇଟି ଡୋଜ୍ ନେବା ବାଧ୍ୟତାମୂଳକ। ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଟିକା ନେଇନଥିବେ ତେବେ ତାଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏସଓପିରେ ନିର୍ଦ୍ଦେଶ ଦେଇଛନ୍ତି।