ପିଶାଚ ବାପାକୁ ଫାଶି

ଗୁଜୁରାଟ : ଦିନକୁ ଦିନ ଦୁଷ୍କର୍ମ ,ଦୁର୍ବବ୍ୟବହାର ଭଳି ଘଟଣା ବଢିବାରେ ଲାଗିଛି । ଝିଅଟି କେଉଁଠି ବି ସୁରକ୍ଷିତ ନୁହେଁ । ଘରେ ନୁହେଁ କି ବାହାରେ ମଧ୍ୟ ନୁହେଁ । କେବେ ଘର ଲୋକଙ୍କ ଦ୍ୱାରା ଦୁଷ୍କର୍ମ ତ କେବେ ବାହାର ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଉଛି ଝିଅଟି । ତେବେ ପୁଣି ଏଭଳି ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି । ଗୁଜୁରାଟର ସୁରଟରେ ଅଚଂଳରେ। ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶି ଦଣ୍ଡ । ଦୋଷୀ ଟୁକୁନା ଦାସଙ୍କୁ ଫାଶି ଦଣ୍ଡ ଦେଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଆଦେଶ ଦେଉଛନ୍ତି।

ସୂଚନା ଅନୁଯାୟୀ,୨୦୧୭ ଜୁନ ୨୯ରେ ୧୪ବର୍ଷର ଝିଅକୁ ହତ୍ୟା କରିଥିଲା ବାପା । ନାବାଳିକା ଗର୍ଭରେ ଥିବା ଭ୍ରୁଣ ସହ ଟୁକୁନା ଡିଏନଏ ମିଶିଥିବା ଜଣାପଡିଥିଲା । ଝିଅକୁ ଗର୍ଭବତୀ କରାଇ ପରେ ଟୁକୁନା ତଣ୍ଟିଚିପି ମାରିଥିବା ଜଣାପଡିଥିଲା । ଏହାକୁ ନେଇ ସେତେବେଳେ ଓଡିଶା ଓ ସୁରଟରେ ଚାଞ୍ଚଲ୍ୟ ଖେଳିଥିଲା । ତେବେ ଘଟଣାର ତଦନ୍ତ ପରେ ବାପା ଟୁକୁନା ହିଁ ହତ୍ୟା କରିଥିବା ଜାଣିବାକୁ ପାଇଥିଲା ପୁଲିସ । ତେବେ ମୃତ୍ୟୁ ବେଳକୁ ନାବାଳିକା ୬ମାସର ଗର୍ଭବତୀ ଥିବା ଜଣାପଡିଥିଲା ।