ନୂଆଦିଲ୍ଲୀ,ଏଜେନ୍ସି: ଆଜିର ଦିନରେ ଭାରତରେ ସମ୍ବିଧାନର ପ୍ରଣୟନ କରାଯାଇଥିଲା। ଏହି ଅବସରରେ ଚାଷୀମାନେ କୃଷି ନୀତିକୁ ନେଇ ଉତ୍ତେଜନା ସୃଷ୍ଟି କରିଛନ୍ତି। ପ୍ରଣୀତ ନୂତନ କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ଟ୍ରାକ୍ଟର ରାଲି କରୁଥିବା ବେଳେ ଅନେକ ଆଇନକୁ ଭଙ୍ଗ କରିଛନ୍ତି। ପୁଲିସ ବ୍ୟାରିକେଡ୍ ଭାଙ୍ଗିବା ସହ ଅନେକ ଭଙ୍ଗାରୁଜା କରିଛନ୍ତି। ଏହାପରେ ହଜାର ହଜାର ଚାଷୀ ଏକତ୍ର ହୋଇ ଆଇଟିଓରେ ପୁଲିସକୁ ଠେଲି ସେଠାରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏଥିସହ ଲାଲକିଲ୍ଲା ଉପରେ ଚଢ଼ି ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଆଜିର ଦିନରେ ଲାଲକିଲ୍ଲାରେ ଜାତୀୟ ପତାକା ଉଡାଯାଉଥିବା ବେଳେ ସେମାନେ ସେଠାରେ ଦଳୀୟ ପତାକା ଲଗାଇଛନ୍ତି।
