Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୬୦ ବର୍ଷ ଧରି ସମାଜ ସେବାକୁ ବ୍ରତି କରିଥିବା ଶାନ୍ତିଦେବୀ ପାଇବେ ପଦ୍ମଶ୍ରୀ ସମ୍ମାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୬୦ ବର୍ଷ ଧରି ସମାଜ ସେବାକୁ ବ୍ରତି କରିଥିବା ଶାନ୍ତିଦେବୀ ପାଇବେ ପଦ୍ମଶ୍ରୀ ସମ୍ମାନ

ସମ୍ମାନ ପାଇଁ ଖୁସି କିନ୍ତୁ ଉତ୍ସାହିତ ନୁହେଁ , ଏହି ସମ୍ମାନ ଅନାଥ ପିଲାଙ୍କ ପାଇଁ ସହାୟକ ହେବ- ଶାନ୍ତିଦେବୀ

ରାୟଗଡ଼ା,( ମୋନାଲିସା ରଥ ), ଏନଏନଏସ:  ସମାଜସେବୀ ତଥା ଗାନ୍ଧିବାଦୀ ନେତ୍ରୀ ଶାନ୍ତିଦେବୀ ପାଇବେ ପଦ୍ମଶ୍ରୀ ଉପାଧି । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶାନ୍ତି ଦେବୀ  ପୁରସ୍କାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛନ୍ତି । ସମାଜସେବା କ୍ଷେତ୍ରରେ ଶାନ୍ତିଦେବୀଙ୍କ ଅବଦାନ କେବଳ ରାୟଗଡ଼ା ଜିଲ୍ଲାରେ ସୀମିତ ରହିନାହିଁ ଏହା ସାରା ଦେଶରେ ଆଜି ଶାନ୍ତି ଦେବୀଙ୍କୁ ପରିଚିତ କରିଛି ।  ଏନେଇ ଦିଲ୍ଲୀରୁ ଏକ ବାର୍ତା ପହଁଚିବା ପରେ ସମଗ୍ର ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି । ତେବେ ନିତିଦିନକୁ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ ସେ କହିଛନ୍ତି ପଦ୍ମଶ୍ରୀ ଭଳି ସମ୍ମାନ ପାଇଥିବାରୁ ଟିକିଏ ଖୁସି ହେବା କଥା ଖୁସିହେଲି କିନ୍ତୁ ଏଥିପାଇଁ ବହୁତ କିଛି ଉତ୍ସାହିତ ନୁହଁ । ଏଭଳି ଏକ ସମ୍ମାନରେ ମୋତେ ଦେଶ ସମ୍ମାନୀତ କରି ଅନାଥ ପିଲାଙ୍କ ପ୍ରତି ଏକ ଉପହାର ବୋଲି  ଶାନ୍ତିଦେବୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଏହି ଖବର ପ୍ରସାରଣ ପରେ ଆମେ ଭେଟିଥିଲୁ ମହିୟସୀ ମହିଳା ଶାନ୍ତି ଦେବୀଙ୍କୁ । ବିବାହ ସମୟରେ ସ୍ୱାମୀଙ୍କ ସର୍ତ ପୁରଣ ସାଙ୍ଗକୁ ଏଠିକା ଲୋକଙ୍କ ସେବା ପାଇଁ ବାଲେଶ୍ୱରରୁ ସେତେବେଳର କୋରାପୁଟ ତଥା ଏବର ରାୟଗଡ଼ାକୁ ମୋତେ ଆସିବାକୁ ପଡ଼ିଥିଲା । ସୂଦୂର ବାଲେଶ୍ୱର ଭଳି ଉପକୂଳ ଇଲାକା ଛାଡି ସନତେବେଳର ଦୁର୍ଗମ ଏବଂ ପଛୁଆ ରାୟଗଡା ଭଳି ଆଦିବାସୀବହୁଳ ଜିଲାକୁ ନିଜର କର୍ମଭୂମି ଭାବେ ବାଛି ନେଇଥିଲେ । ଭୁଦୀନ ଓ ସତ୍ୟାଗ୍ରହ ଆନ୍ଦୋଳନରେ ନିଜକୁ ଜଣେ ସଂଗ୍ରାମୀ ଭାବେ ସାମିଲ କରିଥିବା ବେଳେ ପରବର୍ତି ମୁହୁର୍ତରେ ଗରୀବ,ଆଦିବାସୀ ଅନାଥ ପିଲା ମାଆ ପାଲଟି ଯାଇଛନ୍ତି ଶାନ୍ତିଦେବୀ । ରାୟଗଡ଼ା ଜିଲ୍ଲା ୧୩୧ ଜଣ ଅନାଥ ଝିଅ ଓ ଗରୀବ ପିଲାଙ୍କୁ ନିଜ ପାଖରେ ରଖି ମା ଭଳି ସେବା ଯତ୍ନ ନେଉଛନ୍ତି ସେ । ଏହି ଅନାଥ ପିଲାଙ୍କ ପାଇଁ ସେ ଜିଲାର ରାୟଗଡା, ଗୁଣପୁର ଓ ପଦ୍ମପୁର ବ୍ଲକର ଜବରଗୁଡା, ନୂଆପଡା ସହରରେ ଗଢ଼ିଛନ୍ତି ଆଶ୍ରମ । ଆଦିବାସୀ ଇଲାକାରେ ଅନାଥ ବେସାହାରା ପିଲାମାନଙ୍କୁ ଖୋଜି ଆଣି ରଖିବା ସହ ସମସ୍ତ ଳାଳନପାଳନ ଦାୟିତ୍ୱ ନେଇଛନ୍ତିି ସେ । ସମାଜରେ ସମ୍ମାନରେ ସହ ବଚିଂବା ପାଇିଁ ପାଠପଢା ସହ ନୀତିଶିକ୍ଷା ମଧ୍ୟ ଦିଅନ୍ତି । ଏପରିକି ଅନେକ ଅନାଥ ଝିଅଙ୍କୁ ନିଜେ ମା ହୋଇ ବାହା ଚୁଡ଼ା କରି ଘର ବସାଇଛନ୍ତି ସେ । ତାଙ୍କ ସଂସ୍କାରରେ ପାଳିତ ଅନେକ ପିଲା  ବିଭିନ୍ନ କର୍ମସସ୍ଥାନରେ ନିୟୋଜିତ ହୋଇ ବେଶ ପ୍ରତିଷ୍ଠିତ ହୋଇପାରିଛନ୍ତି ।

ଭୂଦାନ ଆନ୍ଦୋଳନର ପୁରୋଧା ସ୍ୱର୍ଗତ ଡଃ ରତନ ଦାଶ ଓ ତାଙ୍କ ଧର୍ମପତ୍ମୀ ଶାନ୍ତି ଦାଶ । ଅବିଭକ୍ତ କୋରାପୁଟ ଜିଲାରେ ଜଣେ ସୁନାମଧନ୍ୟ ସେବା ଦମ୍ପତିି ଭାବେ ପରିଚିତ । ଗତକିଛି ବର୍ଷତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜେ ଭାଙ୍ଗି ନଯାଇ ବରଂ ଅନାଥ ପିଲାଙ୍କ ସେବା କରି ନିଜ ଶେଷ ଜିବନ ଏଠାରେ ବିତେଠବାକୁ ପଣ କରିଛନ୍ତି ସେ । ତାଙ୍କ ଏହି ସେବାପାଇଁ ଅନେକ ଜାତୀୟ, ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ମିଳିଛି ଅନେକ ସମ୍ମାନ । ଶାନ୍ତିଦେବୀ ଯମୁନାଲାଲ ବାଜଜ ପୁରସ୍କାର ଠାରୁ ଆରମ୍ଭ କରି ଇମ୍ପା ଫାଉଣ୍ଡେସନ ପକ୍ଷରୁ ସାରାଳା ପୁରସ୍କାର ପର୍ଯ୍ୟନ୍ତ ସେ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ସମ୍ମାନ ଅପେକ୍ଷା ଆଦିବାସୀ,ଗରୀବ ଅନାଥ ପିଲାଙ୍କ ମୁହଁରେ ହସ ଫୁଟାଇବା ହିଁ ତାଙ୍କ ଆତ୍ମସନ୍ତୋଷ ଦେଇଥାଏ ବୋଲି ତାଙ୍କ ସହ ଆଲୋଚନା ରେ ସେ ପ୍ରକାଶ କରିଛନ୍ତି ।
୧୯୩୪ ଏପ୍ରେଲ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ଶାନ୍ତି ଦେବୀ । ୧୯୫୧ ମସିହାରେ ସମାଜସେବୀ ଡ଼.ରତନ ଦାଶଙ୍କ ସହ ବିବାହ ହୋଇଥିଲା । ପିଲାଟି ଦିନରୁ ସମାଜରେ ଘଟୁଥିବା ଅନ୍ୟାୟ, ଅତ୍ୟାଚାର, ଜୁଲୁମ ବିରୁଦ୍ଧରେ ପ୍ରତିବାଦ କରିବା ଥିଲା ଶାନ୍ତି ଦେବୀଙ୍କ ସ୍ୱଭାବ । ସେହି ସମୟରେ ସେ ଗାନ୍ଧିଜୀଙ୍କ ନିତିରେ ପ୍ରଭାବିତ ହୋଇ ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିଷ୍ଠିତ ଏବଂ ପରିଚାଳିତ ଗାନ୍ଧି ଆଶ୍ରମରେ ଯୋଗଥିଲେ । ୧୯୫୧ ମସିହାରେ ଅବିଭକ୍ତ କୋରାପୁଟ ଜିଲାରେ ଦେଖା ଦେଇଥିବା ଅକାଳ ମରୁଡି ପ୍ରପଟିତଙ୍କୁ ରିଲିଫ ଯୋଗାଇବା ପାଇଁ ସ୍ୱାମୀ ରତନ ଦାସଙ୍କ ସହିତ ବିବାହର ୪ ମାସ ନପୁରୁଣୁ ଆସି ପହଚିଂ ଥିଲେ ଗୁଣପୁରରେ ସହରରେ । ଏଠାରେ ସାକ୍ଷାତ ହୁଏ ସନ୍ଥ ବିନୋବା ଭାବେଙ୍କ ସହ । ତାପର ଠାରୁ ବଦଳି ଗଲା ତାଙ୍କ ଜୀବନର ଗତିପଥ । ଆଉ ପଛକୁ ଫେରି ପରିଲେନି ସେ । ଏଠାରେ ଅନାଥ ପିଲାଙ୍କ ମା ହୋଇ ଏହି ଆଦିବାସୀ ଅଚଂଳ ପାଲଟିଗଲା ତାଙ୍କର କର୍ମଭୁମିି । ତାପରେ ୧୯୫୨ରେ କୋରାପୁଟରେ ଚାଲିଥିବା ଭୁସତ୍ୟାଗ୍ରହଣ ଆନ୍ଦୋଳନରେ ସାମିଲ ହୋଇ ଆରମ୍ଭ କଲେ ସାହୁକାରମାନଙ୍କ କବଳରେ ଥିବା ଆଦିବାସୀ ମାନଙ୍କ ଜମି ମୁୁକୁଲାଇବା କାର୍ଯ୍ୟ । ତାପରେ ବଲାଙ୍ଗରୀ, କଳାହାଣ୍ଡି ଏବଂ ସମ୍ବଲପୁର ଭୁଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ । ରାୟଗଡା ଜିଲା ଗୋପାଳବାଡି ଠାରେ ମାଳିତ ଦେବୀଙ୍କ ଦ୍ୱାରା ସ୍ଥାପିତ ଆଶ୍ରମରେ ଭୂଦାନ କର୍ମୀଙ୍କୁ ତାଲିମ ପ୍ରଦାନ କଲେ । ଏହି ସମୟରେ ସଙ୍କଳପଦରରେ ଆଜୀବନ କାରାବରଣ ହୋଇଥିବା ୪୦ଜଣ ଆଦିବାସୀଙ୍କୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମୁକ୍ତି ଦିଗରେ ଉଦ୍ୟମ କରିଥିଲେ । ୧୯୬୪ରେ ଆଦିବାସୀଙ୍କ ସହାୟତରେ ପଦ୍ମପୁର ବ୍ଲକସ୍ଥିତ ଜବରଗୁଡା ଠାରେ ଆରମ୍ଭ କଲେ ସେବାସମାଜ । ଏଠାରେ ଅନାଥ, ଗରୀବ ପିଲାଙ୍କୁ ରଖି ଲାଲନପାଳନର ଦାୟିତ୍ୱ ନେଲେ । ଏହି ସବୁକାମରେ ସ୍ୱର୍ଗତ ରତନ ଦାଶଙ୍କୁ ସହଯୋଗ ରହୁଥିଲା । ଦୀର୍ଘ ୬୦ବର୍ଷ ହେଲା ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଛନ୍ତି । ଏଭଳି ମର୍ଯ୍ୟଦାପୂର୍ଣ୍ଣ ସମ୍ମାନ ଏହି ଅଚଂଳର ପ୍ରଥମେ ଅଟେ । ତେଣୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିବାର ଲାଗିଛି । ପରିଣତ ବୟସରେ ଏଭଳି ସମ୍ମାନରେ ସମ୍ମାନୀତ ପାଇ ନିଜର ଖୁସି ଅନୁଭବ କରିବା ସହ ଆଗାମୀ ଦିନରେ ଅନାଥ ପିଲାଙ୍କ ସେବାରେ ଅଧିକା ସମୟ ବିନିଯୋଗ କରିବାକୁ ପ୍ରେରଣା ଯୋଗାଇଛି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।