ଫେକ୍ ୱେବସାଇଟ୍ ନାମରେ ଅଭିଯୋଗ ଆଣିଲା ଟିଟିଡି

ତିରୁପତି,ଏଜେନ୍ସି: ତିରୁମାଲା ତିରୁପତି ବାଲାଜୀ(ଟିଟିଡି) ମନ୍ଦିରର ପ୍ରସିଦ୍ଧ ଲଡୁ ପ୍ରସାଦ ପ୍ରସିଦ୍ଧ। ତେଣୁ ଏହି ଲୋକପ୍ରିୟତାର ଫାଇଦା ଉଠାଇବା ପାଇଁ ଅନେକ ଫେକ୍ ୱେବସାଇଟ୍ ତିଆରି ହୋଇଥିବା ଟିଟିଡି ବୋର୍ଡ ପକ୍ଷରୁ ପୁଲିସ ନିକଟରେ ଅଭିଯୋଗ ହୋଇଛି। ଏଥିସହ ଏଭଳି ଫେକ୍ ୱେବସାଇଟ୍ ପ୍ରଭାବରେ ନଆସିବାକୁ ଭକ୍ତଙ୍କୁ ବୋର୍ଡ ପକ୍ଷରୁ ଆବେଦନ କରାଯାଇଛି। ତିରୁପତି ପୁଲିସ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଫେକ୍ ୱେବସାଇଟକୁ ବ୍ଲକ୍ କରିଦେଇଛି ଏବଂ ମାମଲା ରୁଜୁ କରି ଘଟଣାର ଅଧିକ ଯାଞ୍ଚ କରୁଛି।