Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୦୮ ଆମ୍ବୁଲାନ୍ସ ସେବାକୁ ଆସୁଛି ଫେକ କଲ୍‌ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୦୮ ଆମ୍ବୁଲାନ୍ସ ସେବାକୁ ଆସୁଛି ଫେକ କଲ୍‌

ଭୁବନେଶ୍ବର,ଏନ୍ଏନ୍ଏସ୍: ୧୦୮ ଆମ୍ବୁଲାନ୍ସ ସେବାକୁ ଫେକ କଲ । ମିଛରେ ଦେହ ଖରାପ ଥିବା କହି କଲ କରୁଛନ୍ତି କିଛି ଆସାମାଜିକ ବ୍ୟକ୍ତି । ଅଶ୍ଲୀଳ ଭାଷାର ଗାଳି ଗୁଲଜ କରିବା ସହ କଲ ସେଣ୍ଟରର କର୍ମଚାରୀଙ୍କୁ କରୁଛନ୍ତି ହଇରାଣ । ଯଦି କେହି ଯୁବକ ଫୋନ ଉଠାଉଛନ୍ତି ତେବେ ତାଙ୍କୁ ମ୍ୟାଡାମଙ୍କୁ ଫୋନ ଦେବାକୁ କହୁଛନ୍ତି । ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଥିବା ୧୦୮ ମାଗଣା ଆମ୍ବୁଲାନ୍ସ ସେବାର କଲ ସେଣ୍ଟରକୁ ଏବେ ଏଭଳି ଶହ ଶହ ଫେକ୍ କଲ ଆସିବାରେ ଲାଗିଛି । ଏହି ଜରୁରୀକାଳୀନ ନମ୍ବର ଏବେ କିଛି ଅସାମାଜିକ ଯୁବକଙ୍କ ପାଇଁ ପାଲଟିଛି ମଜା ଓ ଟାଇମପାସର ମାଧ୍ୟମ । ପ୍ରାୟତଃ ସବୁଦିନ ଏଭଳି କିଛି ବ୍ୟକ୍ତିଙ୍କର କଲ ଆସୁଥିବା ନେଇ ଅଭିଯୋଗ ହୋଇଛି । ଫଳରେ ଜରୁରୀ ସେବା ପାଇଁ କଲ କରୁଥିବା ଲୋକ ମଧ୍ୟ ହଇରାଣ ହେଉଛନ୍ତି ।

ଅଭିଯୋଗ ମୁତାବକ, ଜରୁରୀକାଳୀନ ସେବା ୧୦୮ର ମାଗଣା ନମ୍ବର ଏବେ କିଛି ଅମାନିଆ ଯୁବକଙ୍କ ପାଲଟିଛି ମନୋରଞ୍ଜନର ମାଧ୍ୟମ । କିଏ ଫୋନ କରି ପ୍ରେମ ନିବେଦନ କରୁଛି ତ ପୁଣି କିଏ ନିଜର ପ୍ରେମ କାହାଣୀ କର୍ମଚାରୀଙ୍କୁ କହୁଛି । ଏପରିକି କିଛି ବ୍ୟକ୍ତି ଫୋନ ଉଠାଉଥିବା ମହିଳା କର୍ମଚାରୀଙ୍କୁ ଅସଭ୍ୟ ଭାଷା କହିବାକୁ ମଧ୍ୟ ପଛାଉ ନାହାନ୍ତି । ଏହାଦ୍ୱାରା ଯୁବତୀ ଟେଲି କଲର ମାନସିକ ଭାବେ ଭାଙ୍ଗି ପଡ଼ୁଥିବା ବେଳେ ପୋଲିସ କିନ୍ତୁ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉନାହିଁ ।

ଜରୁରୀକାଳୀନ ସେବା ପାଇଁ ନମ୍ବର ଉଦ୍ଦିଷ୍ଟ ଥିବା ଜାଣି ମଧ୍ୟ ଏଭଳି ମଜାମସ୍ତି କରୁଛନ୍ତି କିଛି ବ୍ୟକ୍ତି । ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଏଭଳି କଲ ବଢିଚାଲିଥିବା ବେଳେ ମହିଳା କର୍ମଚାରୀଙ୍କୁ କଲ ଲଗାଇ ହଇରାଣ କରୁଥିବାର ଘଟଣା ସାମ୍ନାକୁ ଆସିଛି । ଏଭଳି ଅନାବଶ୍ୟକ କଲ ଆସିବା ଦ୍ୱାରା ଜରୁରୀକାଳୀନ ସେବା ପାଇଁ ଫୋନ୍ କରିଥିବା ବ୍ୟକ୍ତିଙ୍କ ଫୋନ୍ ଉଠାଇ ହେଉନଥିବା ବେଳେ ୧୦୮ ସେବାକୁ ଦୋଷ ଦେଉଛନ୍ତି ଲୋକେ । ତେଣୁ ଏଭଳି ଏକ ଜରୁରୀକାଳୀନ ସେବା ସଂସ୍ଥାକୁ ଏଭଳି ମସ୍ତି କି ଟାଇମପାସ କଲ ନ କରିବା କୁ ଅନୁରୋଧ କରିଛନ୍ତି ୧୦୮ ର କମଚାରୀ ଓ ଅଧିକାରୀ।

କାରଣ ଆପଣଙ୍କର ଏକ ଅସାବଧାନତା କଲ କାହାର ଏକ ମୂଲ୍ୟବାନ ଜୀବନ ମଧ୍ୟ ନେଇଯାଇପାରେ । ଏଥିପାଇଁ ୧୦୮ ସେବା ଅଧିକାରୀ ଲୋକଙ୍କୁ କେବଳ ଆବଶ୍ୟକ କଲ କରିବାକୁ ଅନୁରୋଧ କରିଛନ୍ତି । ସେପଟେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ପ୍ରତିଦିନ ୧୦୮ ନମ୍ବରକୁ ମୋଟ ୧୦ ହଜାରରୁ ଅଧିକ କଲ ଆସୁଥିବା ବେଳେ ସେଥିରୁ କେବଳ ୭ ଶହ ଫେକ କଲ ଆସୁଛି ।