ବଦଳିଲା ଫେସବୁକର ନାମ

ନୂଆଦିଲ୍ଲୀ,ଏଜେନ୍ସି: ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସବୁକ୍ ନିଜର ନାମ ପରିବର୍ତ୍ତନ କରିଛି। ଏଣିକି ବିଶ୍ୱର ଜନତା ଫେସବୁକ୍‌କୁ ‘ମେଟା’ ନାଁରେ ଜାଣିବେ। ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏକ ବୈଠକରେ ଏହା ଘୋଷଣା କରିଛନ୍ତି। ଦୀର୍ଘ ଦିନରୁ ଫେସବୁକର ନାମ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ହୋଇ ଆସୁଥିଲା। ଏବେ ଏହି ପ୍ରକ୍ରିୟାକୁ ପୂରା କରାଯାଇଛି ଏବଂ ଫେସବୁକର ନାମ ‘ମେଟା’ କରିଦିଆଯାଇଛି।

ମାର୍କ ଜୁକରବର୍ଗ ଦୀର୍ଘ ଦିନରୁ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମର ଦ୍ୱିତୀୟ ଥର ବ୍ରାଣ୍ଡିଂ କରିବାକୁ ଚାହୁଥିଲେ। ସେ ଏହାକୁ ଭିନ୍ନ ପରିଚୟ ଦେବାକୁ ଚାହୁଁଥିଲେ। ଫେସବୁକ କେବଳ ଏକ ସାମାଜିକ ଗଣମାଧ୍ୟମରେ ସୀମତି ନରହୁ, ସେ ଏହା ଚାହୁଥିଲେ। ଏବେ ଏହି ଦିଗରେ ବଢ଼ି ଫେସବୁକର ନାମ ପରିବର୍ତ୍ତନ କରାଯାଇ ମେଟା ରଖାଯାଇଛି। କଂପାନୀର ଫୋକସ୍‌ ଯେ, ଏକ ମେଟାୱର୍ସ ଭାବେ କାମ କରିବ, ଯାହା ଦ୍ବାରା ଭର୍ଚୁଆଲ ମାଧ୍ୟମରେ ମଧ୍ୟ ଉପସ୍ଥାପିତ ହୋଇପାରିବ। ଟ୍ରାନ୍ସଫର ଓ ଯୋଗାଯୋଗ ପାଇଁ ଭିନ୍ନ ଭିନ୍ନ ଟୁଲ୍ସ ମଧ୍ୟ ବ୍ୟବହୃତ ହୋଇପାରିବ।

ଫେସ୍‌ବୁକ୍‌ର ପୂର୍ବତନ ସିଭିକ ଇଣ୍ଟିଗ୍ରିଟି ମୁଖ୍ୟ ସମିଧ ଚକ୍ରବର୍ତ୍ତୀଙ୍କ ପକ୍ଷରୁ ଏହି ନାମ ପରିବର୍ତ୍ତନ ପାଇଁ ପରାମର୍ଶ ଦିଆଯାଇଥିଲା। କାରଣ ମାର୍କ ଜୁକରବର୍ଗ ପୂର୍ବରୁ ରିୟଲିଟି ଏବଂ ଆଗମେଣ୍ଟଡ ରିୟଲିଟିରେ ନିବେଶ କରୁଥିଲେ।