ଆଜିକାଲି ବଜାରରେ ଓ ଅନଲାଇନରେ ସଂଖ୍ୟାଧିକ କମ୍ପାନୀଗୁଡ଼ିକର ଭିଡ଼ ଦେଖିବାକୁ ମିଳୁଛି। ଯୁବତୀ, ମହିଳାମାନେ ମଧ୍ୟ ବିଭିନ୍ନ ବ୍ରାଣ୍ଡର ନେଲ ପଲିସ୍, ଲିପଷ୍ଟିକ୍, ଫାଉଣ୍ଡେସନ, ହ୍ୱାଇଟେନିଂ କ୍ରିମ (ରଙ୍ଗ ଗୋରା କରୁଥିବା କ୍ରିମ) ଇତ୍ୟାଦି କିଣିବାର ସଂଖ୍ୟା ବଢ଼ିଚାଲିଛି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ, ଦେଶବିଦେଶର ୨୧% ମହିଳା ହ୍ୱାଇଟେନିଂ କ୍ରିମ୍ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ସନଟ୍ୟାନ୍ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ତ୍ୱଚା ମଳିନ ପଡ଼ିଲେ ଏଇ କ୍ରିମ ତୁରନ୍ତ କାମରେ ଆସିଥାଏ। ବିଶେଷଜ୍ଞ ଦଳ ଏ ବାବଦରେ ସେମାନଙ୍କୁ ସତର୍କ କରାଇଛନ୍ତି। ନରୱେର ଗବେଷକ ଦଳ ୧,୫୦୦ ଯୁବତୀ ଓ ମହିଳାଙ୍କୁ ନେଇ ଏକ ପରୀକ୍ଷା କରିଥିଲେ।
