କାବୁଲର ମିଲିଟ୍ରି ହସ୍ପିଟାଲ ପାଖରେ ବିସ୍ଫୋରଣ, ୧୯ ମୃତ ଓ ୫୦ ଗୁରୁତର

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲର ସରଦାର ମହମ୍ମଦ ଦାଉଦ ଖାନ୍ ମିଲିଟ୍ରି ହସ୍ପିଟାଲ ପାଖରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଫଳରେ ୧୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ଜଣ ଆହତ ହୋଇଛନ୍ତି।

ଉକ୍ତ ଘଟଣାକୁ ନେଇ ତାଲିବାନର ଉପପ୍ରବକ୍ତା ବିଲାଲ କରୀମୀ ଏସୋସିଏଟେଡ ପ୍ରେସକୁ କହିଛନ୍ତି ଯେ, ହସ୍ପିଟାଲ ବାହାରେ  ଲୋକଙ୍କୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଥିଲା। କିନ୍ତୁ ଏଥିରେ କାହାର ସମ୍ପୃକ୍ତି ରହିଛି ସେନେଇ କୌଣସି ସୂଚନା ମିଳିନାହିଁ।