ଉତ୍ତର ପ୍ରଦେଶରେ କ୍ଷମତା ବଜାୟ ରଖିବ ବିଜେପି, ପଞ୍ଜାବରେ ଏପିପି ସରକାର!

ନୂଆଦିଲ୍ଲୀ,ଏଜେନ୍ସି: ୫ ରାଜ୍ୟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଓ ପଞ୍ଜାବରେ ମତଦାନ ଶେଷ ହୋଇଛି। ତେବେ ଆସନ୍ତା ୧୦ ତାରିଖରେ ମତଗଣନା ଓ ଫଳ ପ୍ରକାଶନ ହେବାକୁ ଥିବାବେଳେ ଆଜି ଏକାଧିକ ଜାତୀୟ ସଂସ୍ଥା ଦ୍ବାରା ପ୍ରକାଶ ପାଇଛି ଏକଜିଟ୍ ପୋଲ। ବିଭିନ୍ନ ଜାତୀୟ ଗଣମାଧ୍ୟମ ଜନତାଙ୍କ ମୁଡ ପରିଖିଥିବା ବେଳେ ସେମାନଙ୍କ ପରିଂସଖ୍ୟାନ ଭିତ୍ତିକ ପୂର୍ବାକଳନ ପ୍ରକାଶ କରିଛନ୍ତି।

ସର୍ବାଧିକ ଚର୍ଚ୍ଚାରେ ଥିବା ଉତ୍ତର ପ୍ରଦେଶରେ ବିଜେପି ପୁଣି ଥରେ କ୍ଷମତା ବଜାୟ ରଖିବା ନେଇ ସଙ୍କେତ ଦେଇଛନ୍ତି ଏକାଧିକ ଜାତୀୟ ଗଣମାଧ୍ୟମ ସଂସ୍ଥା। ସେହିପରି କଡା ଟକ୍କର ଦେଖିବାକୁ ମିଳୁଥିବା ପଞ୍ଜାବରେ ମଧ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆମ ଆଦମି ପାର୍ଟିକୁ ସରକାର ଗଠନ କରିବାରେ ମୌକା ଦେଇପାରନ୍ତି ପଞ୍ଜାବର ଜନତା ଜନାର୍ଦ୍ଦନ।

ଉତ୍ତର ପ୍ରଦେଶରେ ମୋଟ ୪୦୩ ଆସନରେ ଭୋଟିଂ ଶେଷ ହୋଇଥିବା ବେଳେ ଏକାଧିକ ସଂସ୍ଥା ଦ୍ବାରା କରାଯାଇଥିବା ପୂର୍ବାକଳନ ଅନୁସାରେ ବିଜେପି ପୁଣିଥରେ କ୍ଷମତା ବଜାୟ ରଖିବ। ଇଣ୍ଡିଆ ନ୍ୟୁୁଜ ଅନୁସାରେ ବିଜପିକୁୁ ୨୨୨ ରୁ ୨୬୦ ଆସନ ମଧ୍ୟରେ ବିଜୟ ମିଳିବ ସେହିପରି ମୁଖ୍ୟ ପ୍ରତିଦ୍ବନ୍ଦୀ ସମାଜବାଦୀ ପାର୍ଟିକୁ ୧୩୫ ରୁ ୧୬୫ ଆସନ ମିଳିପାରେ। ସେହିପରି ନ୍ୟୁଜ-୧୮ ପଞ୍ଜାବ ଅନୁସାରେ ବିଜେପିକୁ ୨୪୦ ଆସନ, ସମାଜାବାଦୀ ପାର୍ଟିିକୁ ୧୪୦, କଂଗ୍ରେସକୁ ମାତ୍ର ୪ ଆସନରେ ସଫଳତା ମିଳବା ନେଇ ସୂଚନା ଦିଆଯାଇଛି।