ଓଡିଶାରେ ବିପୁଳ ସମ୍ଭାବନା ଓ ସୁଯୋଗ ରହିଛି: ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର,ଏନ୍ଏନ୍ଏସ୍: ରବିବାର ଓଡିଶା ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଓଡିଶାରେ ବିପୁଳ ସମ୍ଭାବନା ଓ ସୁଯୋଗ ରହିଛି ଏଥିପାଇଁ ଏକ ମିଲିଥ ଉଦ୍ୟମ ଲୋଡା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଓଡିଶାକୁ ୯୭୩୪ କୋଟି ଟଙ୍କାରେ ରେଳ ବଜେଟ ପ୍ରଦାନ କରାଯାଇଛି। ଏହା ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଆତ୍ମନିର୍ଭର ଅର୍ଥନୀତି ଏବଂ ବଜେଟ ୨୦୨୨-୨୩ କେନ୍ଦ୍ରୀୟ ବଜେଟରେ କେନ୍ଦ୍ରକୁ ବିପୁଳ ଅର୍ଥ ପ୍ରଦାନ କରାଯାଇଛି। ଆଗକୁ ୩୯୩୩ ଗାଁରେ ନେଟୱର୍କ ସଂଯୋଗ ହେବ। ଖୁବ ଶୀଘ୍ର ୪ଜି ଓ ୫ଜି ସେବା ଆରମ୍ଭ ହେବ ବୋଲି ଇଟିଭି ଭାରତକୁ ଏକ ସାକ୍ଷାତକାର ଦେଇ କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।