ସିସିଟିଭି ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ମେ ୧୮ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା ଯାହା ଜୁନ୍ ୧୨ରେ ସମାପ୍ତ ହେବ। ତେବେ ଏହି ପରୀକ୍ଷାକୁ ଦୃଷ୍ଟିରେ ରଖି ସିଏଚ୍ଏସଇ ପକ୍ଷରୁ ସମସ୍ତ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରର ପ୍ରବେଶ ଦ୍ୱାର, ପରୀକ୍ଷା ହଲ, ବାରଣ୍ଡା ଓ ଅନ୍ୟାନ୍ୟ ସ୍ଥାନରେ ସିସିଟିଭ୍ ରହିବା ବାଧ୍ୟତାମୂଳକ କରାଯାଇଛି।

ଯଦି କୌଣସି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିନଥିବ ତେବେ ସେହି କେନ୍ଦ୍ରରେ ପରୀକ୍ଷା ବାତିଲ୍ କରାଯିବ। ଏଥିଲାଗି ଆସନ୍ତା ୨୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିବା ରିପୋର୍ଟ ଶିକ୍ଷା ପରିଷଦ ପାଖରେ ଦାଖଲ କରିବାକୁ ହେବ। ଯଦି ଏଥିରେ କୌଣସି ଅବହେଳା ହୁଏ ତେବେ କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି।