ଆଜିଠାରୁ ଆଦିତ୍ୟ ଅଶ୍ୱିନୀରେ ଖୋଲିବ କୋଭିଡ ହସ୍ପିଟାଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲ ଖୋଲିବ। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି। ସେହି କୋଭିଡ ହସ୍ପିଟାଲରେ ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ୟ୍ୟକ୍ଷମ ହେବ।

ସେହିପରି ଅନ୍ୟପଟେ ସମ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟାକୁ ୨୫୦ରୁ ୫୦୦କୁ ବୃଦ୍ଧି କରାଯାଇଛି। ପଟିଆ ସ୍ଥିତ ୬୦ ଶଯ୍ୟା ଓ ଡୁମୁଡୁମାରେ ୪୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି।

ପୂର୍ବରୁ ୩ଟି ଓୟୋ ହୋଟେଲରେ ୪୦ଟି ଶଯ୍ୟା ବିଶିଷ୍ଟ ଦେୟ ଯୁକ୍ତ ସଂଗରୋଧ ଗୃହ କରାଯାଇଛି। ଆଜି ବାଣୀବିହାରରେ ଶତାଧିକ ଛାତ୍ର ଓ କର୍ମଚାରୀଙ୍କ ଟେଷ୍ଟିଂ କରାଯାଇଛି। ଆଜି ରିପୋର୍ଟ ଆସିବ। ଓୟୁଏଟିରେ ୪ ନମ୍ବର ଛାତ୍ରାବାସରେ ୪ ଜଣ ପଜିଟିଭ ଚିହ୍ନଟ ପରେ ଅନ୍ୟ ଅନ୍ତେବାସୀଙ୍କ ସମେତ କର୍ମଚାରୀଙ୍କ ଟେଷ୍ଟିଂ କରିବାକୁ ନିଷ୍ପତ୍ତି ନିଆଯାଇଛି।