ନୂଆଦିଲ୍ଲୀ: ‘ଭାରତ ଯୋଡ଼ୋ ଯାତ୍ରା’ରେ ପୂର୍ବ ସେନା ମୁଖ୍ୟ ଜେନେରାଲ ଦୀପକ କପୁର ସାମିଲ ହୋଇଛନ୍ତି । ପୂର୍ବ ସେନା ମୁଖ୍ୟଙ୍କ ସମେତ ଅନେକ ସେବାନିବୃତ ସେନା ଅଧିକାରୀ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଥିଲେ। ଯାତ୍ରା ଏବେ ହରିୟାଣାରେ ପହଞ୍ଚିଛି ।
ହରିୟାଣା ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସହ ଜେନେରାଲ କପୁରଙ୍କ ଏକ ଫଟୋ ଟ୍ୱିଟ କରି ବିଜେପି ଆଇଟି ବିଭାଗ ମୁଖ୍ୟ ଅମିତ ମାଲଭୀୟ ଲେଖିଛନ୍ତି ଯେ, ପୂର୍ବ ସେନା ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଆଦର୍ଶ ଘୋଟାଲା ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଛି । ଅନ୍ୟପଟେ ଏହାର ଜବାବରେ ବାହାଦୁର ଯବାନଙ୍କୁ ଅଯଥାରେ ବଦନାମ କରାଯାଉଛି ବୋଲି କଂଗ୍ରେସ କହିଛି ।