ମୁମ୍ବାଇ,ଏଜେନ୍ସି: ପ୍ରସିଦ୍ଧ ଗାୟକ ଓ ସଂଗୀତଜ୍ଞ ବାପ୍ପି ଲାହିରୀଙ୍କ ୭୦ ବର୍ଷ ବୟସରଙ୍କ ଆଜି ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ହସ୍ପିଟାଲରେ ବାପ୍ପି ଲାହିରୀ ଅନ୍ତିମ ନିଃଶ୍ୱାସ ନେଇଥିବା ଜାତୀୟ ଗଣମାଧମ ରିପୋର୍ଟ କରିଛି। ହଠାତ୍ ଗୁରୁତର ହୋଇପଡ଼ିବାରୁ ବାପ୍ପିଙ୍କୁ ମଙ୍ଗଳବାର ରାତିରେ ଡାକ୍ତରଖାନାକୁ ନିଆଯାଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ।
ଭାରତରେ ଡିସ୍କୋ ମ୍ୟୁଜିକର ପୁରୋଧା କୁହାଯାଉଥିବା ବାପ୍ପି ‘ଦା’ ପରଲୋକ ହୋଇଯିବା ପରେ ତାଙ୍କର ସମର୍ଥକ ତଥା ସଂଗୀତ ଜଗତର ଏକ ବଡ଼ଧରଣର କ୍ଷତି ପହଞ୍ଚିଛି। ସୂଚନାଯୋଗ୍ୟ ବାପ୍ପି ଲାହିରୀ ଡିସ୍କୋ ଡାନ୍ସର, ନମ ହଲାଲ, ଶରାବୀ, କମାଣ୍ଡୋ, ଗ୍ୟାଙ୍ଗ ଲିଡର, ଲହୁ କେ ଦୋ ରଂଗ, ଚଲତେ ଚଲତେ, ଟ୍ୟାକ୍ସି ନମ୍ବର ୯୨୧୧ ଭଳି ଫିଳ୍ମରେ ସଂଗୀତ ଦେଇଥିଲେ।
ହିନ୍ଦୀ ଚଳଚ୍ଚିତ୍ରରେ ଡିସ୍କୋ ମ୍ୟୁଜିକକୁ ଲୋକପ୍ରିୟ କରିବାରେ ବାପ୍ପି ଲାହିରୀଙ୍କ ଅବଦାନ ଭୁଲି ହେବ ନାହିଁ । ସେ ୮୦ରୁ ୯୦ ଦଶକରେ ଗୋଟିଏ ପରେ ଗୋଟିଏ ଫିଲ୍ମକୁ ହିଟ୍ ଗୀତ ଦେଇଥିଲେ। ନିଜର ଆଭୂଷଣ ପାଇଁ ମଧ୍ୟ ବାପ୍ପି ଲୋକପ୍ରିୟତା ହାସଲ କରିଥିଲେ।