ଆଜି ରାଜ୍ୟରେ ସୁସ୍ଥହେଲେ ୪୫୭ ଜଣ ଆରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ  ୪୫୭ ଜଣ ଆରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨,୯୧୦କୁ ବୃଦ୍ଧି ପାଇଛି।  ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୮ ଜଣ ସୁସ୍ଥ ହୋଇଥିବାବେଳେ ନୟାଗଡରୁ ୫୩ ଜଣ, କଟକରୁ ୪୪ ଜଣ, ସୁନ୍ଦରଗଡରୁ ୩୮ ଜଣ, ଖୋର୍ଦ୍ଧାରୁ ୩୨ଜଣ, ଗଜପତିରୁ ୨୨ଜଣ, ଯାଜପୁରରୁ ୨୦ଜଣ, ନୂଆପଡାରୁ ୧୮ଜଣ, ବାଲେଶ୍ୱରରୁ ୧୭ ଜଣ, ମୟୁରଭଞ୍ଜରୁ ୧୫ ଜଣ, ଅନୁଗୁଳ ଓ କୋରାପୁଟରୁ ୧୧ଜଣ ଲେଖାଏଁ, ମାଲକାନଗିରି ଓ କେନ୍ଦ୍ରାପଡାରୁ ୯ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦୁଝରରୁ୭ ଜଣ, ଝାରସୁଗୁଡାରୁ ୬ଜଣ, ବୌଦ୍ଧରୁ ୫ଜଣ, ଦେବଗଡରୁ ୪ଜଣ, ବରଗଡ, ନବରଙ୍ଗପୁର ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ରାୟଗଡା, ପୁରୀ ଓ ବଲାଙ୍ଗିରରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକ, ଢେଙ୍କାନାଳ ଓ ଜଗତସିଂହପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।