ସୋପିଆନରେ ଏନକାଉଣ୍ଟର: ୩ ଜଣ ଆତଙ୍କବାଦୀ ନିହତ

ସୋପିଆନ,ଏଜେନ୍ସି: କିଛି ଦିନର ନିରବତା ପରେ ଜାମ୍ମୁ-କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ମାନେ ଚଳପ୍ରଚଳ କରୁଛନ୍ତି। ଭାରତର ସର୍ବସାଧାରଣ ସମ୍ପତ୍ତି ହେଉ କି ବ୍ୟକ୍ତିଗତ ଧନ-ଜୀବନ କ୍ଷତି ପହଞ୍ଚାଇବା ପାଇଁ ଆତଙ୍କବାଦୀମାନେ ସବୁବେଳେ ଉଦ୍ୟମ କରୁଛନ୍ତି। ଏହି ମଧ୍ୟରେ ଆଜି ପୁଣି ସୁରକ୍ଷାବାହିନୀର ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ଲସ୍କର-ଏ-ତୋଏବାର ସଦସ୍ୟ ବୋଲି ଜଣାପଡ଼ିଛି। ଏଥିସହିତ ସର୍ଚ୍ଚ ଅପରେସନ ଜାରି ରହିଛି।

କାଶ୍ମୀର ଜୋନ୍ ପୁଲିସ ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ସୁରକ୍ଷାବାହିନୀ ଅତର୍କିତ ଭାବେ ସୋପିଆନର ମୁନିହାଲ ଅଞ୍ଚଳରେ ପହଞ୍ଚିଥିଲା। ଆତଙ୍କବାଦୀମାନେ ଆକ୍ରମଣ କରିବା ପୂର୍ବରୁ ସେନାର ଯବାନମାନେ ଗୁଳି ବର୍ଷା କରିଥିଲେ। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷାବାହିନୀ ଘଟଣାସ୍ଥଳରୁ ବନ୍ଧୁକ, ଗୁଳି ଓ ଅନ୍ୟ ଜିନିଷ ଜବତ କରିଛି। ଅନ୍ୟପଟେ ଶନିବାର ବିଳମ୍ବିତ ରାତିରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରୁଥିବା ସମୟରେ ସେନାର ଯବାନମାନେ ଜଣେ ସନ୍ଦିଗ୍ଧକୁ ଗିରଫ କରିଥିଲେ।