ଜାମ୍ମୁ-କାଶ୍ମୀରରେ ଗୁଳିବିନିମୟ, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,ଏଜେନ୍ସି: ଜାମ୍ମୁ କାଶ୍ମୀରରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

ସୂଚନା ଅନୁସାରେ ଅନନ୍ତନାଗର ଲାରନୁ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଗୁପ୍ତଚର ଏଜେନ୍ସିରୁ ସୂଚନା ମିଳିଥିଲା। ଏହାପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ କର୍ଡନ କରିଥିଲା। ଏହି ସମୟରେ ପ୍ରଥମେ ଆତଙ୍କବାଦୀ ପକ୍ଷରୁ ଅତର୍କିତ ଗୁଳି ଚାଳନା ହୋଇଥିଲା। ପରେ ସୁରକ୍ଷାବାହିନୀ ପାଲଟା ଗୁଳି ମାଡ଼ କରିଥିଲେ। ଏଥିରେ ଜଣେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି।

ଏନକାଉଣ୍ଟର ଅଞ୍ଚଳରୁ ଗୋଟେ ଏକେ-୪୭ ରାଇଫଲ ଉଦ୍ଧାର ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରାଯାଇ ତଲାସି ଅଭିଯାନ ଜାରି ରହିଛି।