ଏବେ ୧୧୨ରେ ମିଳିବ ଜରୁରୀକାଳୀନ ପୁଲିସ ସେବା

ଭୁବନେଶ୍ୱର,ଏନ୍ଏନ୍ଏସ୍: ୧୦୦ ବଦଳରେ ଏବେ ୧୧୨ ଡାଏଲ୍‌ କଲେ ମିଳିବ ଜରୁରୀକାଳୀନ ପୁଲିସ ସେବା। ୧୧୨ରେ ମିଶ୍ରଣ ହୋଇଛି ୧୦୦। ଏନେଇ ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି।

ଭୁବନେଶ୍ୱରରେ ଷ୍ଟ୍ରିଟ କ୍ରାଇମ ହ୍ରାସ ପାଇଁ କମିସନରେଟ ପୁଲିସ ଏହି ପଦକ୍ଷେପ ନେଇଛି। ହୋଟେଲ୍ ଓ ଲଜ୍ ମାଲିକଙ୍କ ପାଇଁ ଲଞ୍ଚ୍ ହୋଇଛି ‘ସରାଇ’ ଆପ୍। ‘ସରାଇ’ ଆପରେ ପ୍ରତିଦିନ ଆଗନ୍ତୁକଙ୍କ ତଥ୍ୟ ଓ ବିବରଣୀ ଦେବାକୁ ନିର୍ଦ୍ଦେଶ ରହିଛି। ହୋଟେଲକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କ ବିବରଣୀ ଏହି ଆପରେ ପଞ୍ଜୀକୃତ ହେବ। ଆଧାରକାର୍ଡଠାରୁ ଆରମ୍ଭ କରି ଅନ୍ୟାନ୍ୟ ପରିଚୟ ପତ୍ର ଏହି ଆପରେ ଅପଲୋଡ୍ କରିବେ ହୋଟେଲ କର୍ମଚାରୀ। ଯାହାଦ୍ୱାରା ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ସୂଚନା ପାଇପାରିବ ପୁଲିସ। ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।