ଅଣ୍ଡା ଓ ଅମୃତଭଣ୍ଡାର ଫେସମାସ୍କ

ଅମୃତଭଣ୍ଡା ଏକ ଲାଭକାରୀ ଫଳ। ଏଥିରେ ଥିବା ଭିଟାମିନ୍ସ ଓ ମିନେରାଲ୍ସ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଏହା ପାଚନ ପ୍ରକ୍ରିୟାକୁ ଉନ୍ନତ କରିବା ସହିତ ସ୍କିନର ମଧ୍ୟ ଫାଇଦା କରିଥାଏ। ଅମୃତଭଣ୍ଡା ତିଆରି ଫେସମାସ୍କ ସ୍କିନରେ ହେଉଥିବା ବ୍ରଣ, କଳାଦାଗ ବା ସ୍ୱେଲିଙ୍ଗକୁ କମ୍ କରିବାରେ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ ଅମୃତଭଣ୍ଡା ସ୍କିନକୁ ପର୍ଯ୍ୟାପ୍ତ ମାତ୍ରାରେ ପୋଷଣ ଦେଇଥାଏ ଓ ଏହାଦ୍ୱାରା ସ୍କିନରେ ଚମକ ଆସେ। ଅମୃତଭଣ୍ଡା ଓ ଅଣ୍ଡାରୁ ତିଆରି ଫେସମାସ୍କ ସ୍କିନକୁ ମଇଶ୍ଚରାଇଜ କରିବାରେ ସାହାଯ୍ୟ କରିବା ସହିତ ଶୁଷ୍କତାକୁ ମଧ୍ୟ ଦୂର କରିଥାଏ।

– ଅମୃତଭଣ୍ଡାରେ ଥିବା ପୋଟାସିୟମ ସ୍କିନକୁ ହାଇଡ୍ରେଟ କରିଥାଏ ଓ ଶୁଷ୍କତା ଓ ଡ଼ଲନେସକୁ ଦୂର କରିଥାଏ।
– ଏଥିରେ ଉଚ୍ଚମାତ୍ରାରେ ଥିବା ଭିଟାମିନ ଏ ଓ ସି ଫ୍ରିରେଡ଼ିକ୍ଲସର ମାତ୍ରା କୁ କମ କମ କରିଥାଏ ଯାହା ସମୟ ପୁର୍ବରୁ ବୟସ୍କ କରାଇଥାଏ।
– ଅମୃତଭଣ୍ଡାରେ ଥିବା ଫ୍ଲେବୋନଏଡ଼ ସ୍କିନରେ କୋଲେଜନର ଉତ୍ପାଦନକୁ ବୃଦ୍ଧି କରିଥାଏ ଓ ଏହା ଦ୍ୱାରା ସ୍କିନ ନରମ ହୋଇଥାଏ।
-ଅମୃତଭଣ୍ଡା ସ୍କିନରେ ଥିବା ମୃତ କୋଷିକାକୁ ହଟାଇବାରେ ସାହାଯ୍ୟ କରିଥାଏ ଓ ସ୍କିନରେ ଚମକ ଆଣିଥାଏ।
– ଏହା ସନବର୍ଗ ବା ଟାଣି ହେଉଥିବା ସ୍କିନକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଏଞ୍ଜାଇମ୍ସ ଡ଼ାର୍କସର୍କଲ ଓ ସ୍କିନର ଦାଗକୁ କମ୍ କରିଥାଏ।

ଅଣ୍ଡାର ଧଳାଅଂଶରେ ଥିବା ଏଞ୍ଜାଇମ୍ ରୋମଛିଦ୍ରକୁ ବନ୍ଦ କରିବାରେ ସହାୟକ ହୋଇଥାଏ। ଏହା ଫଳରେ ଫାଇନ ଲାଇନ ଓ ରିଙ୍କଲସ୍ ମଧ୍ୟ କମ୍ ହୁଏ ଓ ସ୍କିନ ଚିକ୍କଣ ହୋଇଥାଏ।

ଫେସମାସ୍କର ପ୍ରଣାଳୀ:-

କଟାଯାଇଥିବା ଅମୃତଭଣ୍ଡା- ୧/୨ କପ୍, ଗୋଟେ ଅଣ୍ଡାର ଧଳା ଅଂଶ। ଅମୃତଭଣ୍ଡାକୁ ଗ୍ରାଇଣ୍ଡରରେ ପେସି ଦିଅନ୍ତୁ ଓ ଏଥିରେ ଅଣ୍ଡାର ଧଳା ଅଂଶକୁ ଭଲ ଭାବରେ ମିଶାଇ ମୁଁହରେ ଲଗାଇ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁ ଧୋଇ ମଇଶ୍ଚରାଇଜର ଲଗାନ୍ତୁ। ଏହି ପ୍ରକ୍ରିୟାକୁ ସପ୍ତାହରେ ଦୁଇଥର କରନ୍ତୁ।