କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଶସ୍ତା ହେବ ଖାଇବା ତେଲ ଦର

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଦରଦାମ୍ ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ରହିଥିବା ବେଳେ ଆଜି ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପୁରା ଦେଶରେ ଶସ୍ତା ହେବାକୁ ଯାଉଛି ଖାଇବା ତେଲ। ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ପାମୋଲିନ୍, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ଆଦି ତେଲରୁ କେନ୍ଦ୍ର ସରକାର ଟ୍ୟାକ୍ସ ହ୍ରାସ କରିବା ପରେ ଲିଟର ପିଛା ୪ରୁ ୭ ଟଙ୍କା ପର୍ଯ୍ୟନ୍ତ ଦର କମିବ ବୋଲି ସୂଚନା ମିଳିଛି।

ପାମୋଲିନ୍ ତେଲରୁ ଆମଦାନୀ ଶୁଳ୍କ ୧୨.୫ ପ୍ରତିଶତ ହ୍ରାସ ହୋଇଛି। ଅର୍ଥାତ୍ ପୂର୍ବରୁ ପାମୋଲିନ୍ ତେଲ ପାଇଁ ୨୦ ପ୍ରତିଶତ ସେସ୍ ଆଦାୟ କରାଯାଉଥିବା ବେଳେ ବର୍ତ୍ତମାନ ତାହା ୭.୫ ପ୍ରତିଶତକୁ ଦ୍ରାସ ପାଇଛି। ସେହିଭଳି ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲରୁ ସେସ୍ ହ୍ରାସ କରାଯାଇ ୫ ପ୍ରତିଶତ କରିଛନ୍ତି କେନ୍ଦ୍ର ସରକାର।