ଗଞ୍ଜାମରେ ଦିଆଯିବ କୋଭାକ୍ସିନ

  • ଭୁବନେଶ୍ୱର: ଭୁବନେଶ୍ୱର ଭଳି ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ। ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ କୋଭାକ୍ସିନ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର। ପ୍ରଥମ ଡୋଜ ନେଇନଥିବା ଲୋକଙ୍କୁ ଏଣିକି କୋଭାକ୍ସିନ ଦିଆଯିବ। ଦ୍ୱିତୀୟ ଡୋଜ ନେବାକୁ ଥିବା ଲୋକଙ୍କୁ କୋଭିସିଲ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୌଣସି ବ୍ୟକ୍ତିଙ୍କୁ ଯେପରି ଭିନ୍ନ ଭିନ୍ନ କମ୍ପାନୀର ଡୋଜ୍କୁ ମିଶାଇ ଭାକ୍ସିନ ଦିଆନଯାଏ, ସେନେଇ ଏକ ଜରୁରୀ ସୂଚନା ମଧ୍ୟ ଜାରି କରିଛନ୍ତି ଶ୍ରୀ ମହାପାତ୍ର।