ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ୨୪ଟି ଠିକଣାରେ ଇଡିର ରେଡ୍‌

ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡ୍ରିଂ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ଓ ନିକଟତର ସହଯୋଗୀଙ୍କ ଘରେ ଇଡି ରେଡ ମାରିଛି । ପ୍ରାୟ ୨୪ଟି ଠିକଣାରେ ରେଡ ହୋଇଥିବା ନେଇ ସୂଚନା ମିଳିଛି । ଏହି ସମୟରେ ନଗଦ ୧ କୋଟି ଟଙ୍କା, ୧୯୦୦ ଆମେରିକୀୟ ଡଲାର, ୧ କୋଟି ୨୫ ଲକ୍ଷ ମୂଲ୍ୟର ସୁନା ଓ କିଛି ଆପତ୍ତିଜନକ କାଗଜପତ୍ର ଜବତ ହୋଇଛି ।

ଇଡିର କହିବାନୁସାରେ, ଯାଞ୍ଚ ସମୟରେ ପ୍ରାୟ ୬୦୦ କୋଟି ଟଙ୍କାରୁ ୩୫୦ କୋଟି ଟଙ୍କାର ଅଚଳ ସମ୍ପତ୍ତି କିଣାଯାଇଥିବା ଜଣା ପଡ଼ିଥିଲା । ଏଥିରେ ଅଧିକାଂଶ ଜମି ପାଟଣା ପୋଶ୍ ଅଞ୍ଚଳରେ ଭୁଲ ଉପାୟରେ ତତ୍କାଳୀନ ରେଳମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ଜରିଆରେ ଭାରତୀୟ ରେଳବାଇରେ ଚାକିରି ଦେବା ନାଁରେ ହଡ଼ପ କରାଯାଇଥିଲା । ବତ୍ତର୍ମାନ ସମୟରେ ଏହାର ମୂଲ୍ୟ ୨୦୦ କୋଟି ଟଙ୍କା ହେବ ।