ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଜେରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଇଡି ଜେରା କରୁଛି। ଦିଲ୍ଲୀରେ ପାଖାପାଖି ୫ ଘଣ୍ଟା ଧରି ପଚରାଉଚୁରା ଜାରି ରହିଥିବା ଜଣାପଡ଼ିଛି। କିନ୍ତୁ ମନି ଲଣ୍ଡ୍ରିଂର ଏହି ମାମଲା କାହା ସହ ଜଡ଼ିତ ରହିଛି ସେନେଇ କୌଣସି ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ଜ୍ୟାକଲିନ୍ ଗତ କିଛିଦିନ ହେବ ତାଙ୍କ ଆଗାମୀ ଫିଲ୍ମ ‘ଭୂତ ପୁଲିସ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମରେ ଜ୍ୟାକଲିନଙ୍କ ସହ ଅର୍ଜୁନ କପୁର, ସୈଫ ଅଲ୍ଲୀ ଖାନ୍ ଓ ୟାମି ଗୌତମ ନଜର ଆସିବେ।